ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୋ ଗାଆଁର ଅଭୁଲା ସ୍ମୃତି

ଲେଖା : ଜୟକୃଷ୍ଣ ସାହୁ

ଗାଆଁରେ ପଢ଼ି ଗାଆଁରେ ଵଢ଼ି
ଏଡ଼େରୁ ହେଲୁ ଏଡ଼େ
ସେଇ ଗାଆଁର ଅଭୁଲା ସ୍ମୃତି
ଆଜି ବି ମନେ ପଡେ
ପାରେନି ତାକୁ ଭୁଲି,
ସତରେ ମୁଉଁ ମୋ ପିଲାଦିନେ
ଏଡ଼େ ଚଗଲା ଥିଲି?
ଦାଣ୍ଡର ଧୂଳି ଦେହରେ ବୋଳି
ଖୁସିରେ ଖେଳୁ ଥିଲୁ
କିଏସେ ବାଘ କିଏସେ ଛେଳି
କିଏସେ ହୁଏ ଭାଲୁ
ବିଲୁଆ ହୁଏ ଯିଏ,
ବିଲୁଆ ନନା ବଡ଼ ଚତୁର
ନିଜକୁ ନିଜେ କୁହେ।
ମିଛି ମିଛିକା କନିଆଁ ସାଜି
ବରର ହାତ ଧରି
ମିଛ ବେଦିରେ ବିବାହ କାମ
ସତରେ ଦେଉ ସାରି
ସାରୁ ପତର ପାରି,
ଖାଆଉ ଭାତ ତିଅଣ ଭୋଜି
ଖୁସିରେ ଡିଆଁ ମାରି।
ଗାଆଁରେ ପାଲା ଯାତରା ହେଲେ
ସରବେ ଦେଖୁ ବସି
ତା` ପର ଦିନ ଯାତରା ପାଲା
ସେମିତି କରୁ ମିଶି
ମୁହଁରେ ରଙ୍ଗ ବୋଳି,
ଭଳି କି ଭଳି ଚରିତ୍ର କରୁ
ସଭିଏଁ ଆମେ ମିଳି।
ଅସରନ୍ତି ସେ କଥା,
କହିଲେ ଯେତେ ସରିବ ନାହିଁ
ଘୁରାଇଦେବ ମଥା।

କପିଳ ପ୍ରସାଦ, ଭୁବନେଶ୍ୱର-2.
M-9937092397.

ଲେଖା ସମ୍ପର୍କୀୟ ମତାମତ

ପ୍ରଶାନ୍ତ କୁମାର ଦାଶ

30-06-2026 / 21:03:51

ବହୁତ୍ ସୁନ୍ଦର୍ କବିତା ଗାଆଁକୁ ନେଇ ତାହା ପ୍ରାଣସ୍ପର୍ଶୀ ଓ କାଳଜୟୀ ହେବ ନିଶ୍ଚୟ ନମସ୍ୟ ପ୍ରତିଭାଙ୍କୁ ସାରସ୍ଵତ ସମ୍ମାନ

ପ୍ରଶାନ୍ତ କୁମାର ଦାଶ

30-06-2026 / 21:03:50

ବହୁତ୍ ସୁନ୍ଦର୍ କବିତା ଗାଆଁକୁ ନେଇ ତାହା ପ୍ରାଣସ୍ପର୍ଶୀ ଓ କାଳଜୟୀ ହେବ ନିଶ୍ଚୟ ନମସ୍ୟ ପ୍ରତିଭାଙ୍କୁ ସାରସ୍ଵତ ସମ୍ମାନ

ପ୍ରଶାନ୍ତ କୁମାର ଦାଶ

30-06-2026 / 21:03:49

ବହୁତ୍ ସୁନ୍ଦର୍ କବିତା ଗାଆଁକୁ ନେଇ ତାହା ପ୍ରାଣସ୍ପର୍ଶୀ ଓ କାଳଜୟୀ ହେବ ନିଶ୍ଚୟ ନମସ୍ୟ ପ୍ରତିଭାଙ୍କୁ ସାରସ୍ଵତ ସମ୍ମାନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion