ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରାତି ପାହିଲେ ସକାଳ ହେଲେ

ଲେଖା : ଧ୍ରୁବ ଚରଣ ଘିବେଲା

ରାତି ପାହିଲେ ସକାଳ ହେଲେ 
ଆସେ ନୂଆଦିନଟେ 
ସବୁରି ମନେ ଭରି ଦିଏ ସେ 
ସପନ କେତେ କେତେ I 
ଲୁଚି ଯାଆନ୍ତି ରାତିର ତାରା 
ସକାଳର ଆଭାରେ 
ଦିନରେ ଶୋଇ ସଞ୍ଜକୁ ଚେଇଁ 
ଉଠନ୍ତି ତାରା ଧିରେ I 
ସୂରୁଯ ଉଇଁ ପୂରୁବ ଦିଗେ 
ବୁଣେ ସୁନେଲି ଆଭା 
କେତେ ବଢ଼ିଆ ସେ ରଙ୍ଗ ଆଭା 
ଅତୀବ ମନଲୋଭା I 
କୁଆ କାଆରେ ନିତି ସକାଳେ  
ଭାଙ୍ଗେ ପିଲାଙ୍କ ନିଦ 
ନିଦରୁ ଉଠି ମୁହଁ ଧୋଇକି 
ପଢ଼ି ବସନ୍ତି ଆଗ I 
ସବୁଠୁ ବେଗି ମାଆ ଉଠିକି 
ସାରି ବାସି ପାଇଟି 
ଗାଧୁଆ ସାରି ପୂଜା କରନ୍ତି 
ବଜେଇ ଶୁଭ ଘଣ୍ଟି I 
ବସା ଛାଡ଼ିକି ଡେଣା ମେଲିକି 
ପକ୍ଷୀ ଯାଆନ୍ତି ଉଡ଼ି 
ଦଳକୁ ଦଳ ତଳ ଉପର 
ଯାଆନ୍ତି ଡେଣା ଝାଡ଼ି I 
ପକ୍ଷୀ କାକଳି ପଡ଼େ ଉଛୁଳି 
ମଧୁଝରା ସୁରରେ 
ଖାଦ୍ୟ ପାଇଁ କି ଉଡ଼ି ଯାଇକି 
ଫେରନ୍ତି ସଞ୍ଜ ହେଲେ I
ଗଛରେ ଫୁଟେ ଫୁଟିକି ବାସେ 
ସୁନ୍ଦର ଫୁଲ କେତେ 
ଫୁଲ ବାସରେ ଅଗଣା ଭରେ 
ଖୁସି ବି ଲାଗେ ସେତେ I
ଫୁଲକୁ ଦେଖି ହୁଅନ୍ତି ଖୁସି 
କୁନାକୁନି ସଭିଏଁ 
ଫୁଲପରିକା ଫୁଟି ବାସିବେ 
ଦିନେ ଆପଣା ଛାଏଁ I 


ବଉଦରାଜ -762014, ଜି. ବୌଦ୍ଧ 
ମୋ. 9437478466

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 16:45:20

ସୁନ୍ଦର ସକାଳ ବର୍ଣ୍ଣନା। ପ୍ରଣାମ ଭାଇ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion