ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପତିତପାବନ ବାନା

ଲେଖା : ହଂସନାଥ ମୁଦୁଲି

ପତିତପାବନ ବାନା ଉଡୁଛି ଯେ
ନୀଳଚକ୍ର ଶୀର୍ଷପରେ
ଭକତଜନଙ୍କ ମନ ଟାଣୁଛି ସେ
ବାନ୍ଧି ଭକତିର ଡୋରେ l (0)

ନିକଟ ଓ ଦୂର ଜଣା ପଡେ ନାହିଁ
ଛୁଟେ ଭକତଙ୍କ ସୁଅ
କାଳିଆଠାକୁର ଲୀଳ। ବୁଝିବାକୁ
ସଭିଙ୍କ ମନରେ ମୋହ
ସେ ଲୀଳା ବୁଝିବା ପହିଲେ ସବୁରି
ନଜର ବାନା ଉପରେ
ବାନ୍ଧି ଭକତିର ଡୋରେ l (1)

କୋଶଦୂରୁ ବାନା ଦୃଶ୍ୟ ନେଇ
ଭକ୍ତ କରେ କଳପନା
କେଉଁଠାରେ ଆଉ କେତେଦୂରେ ସେହି
ଲୀଳାମୟର ଠିକଣା !
ଓଠେ ଫୁଟେ ନାମ କ୍ଲେଶ ଅବସାନ
ଦୂରତା ଲିଭେ ଅଚିରେ
ବାନ୍ଧି ଭକତିର ଡୋରେ l (2)

ଖଣ୍ଡଗିରି, ଭୁବନେଶ୍ବର
751030

ମୋ- 9777968719

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

04-07-2026 / 18:27:41

ଭଲଲାଗିଲା କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion