ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବେଙ୍ଗ ବେଙ୍ଗୁଲି ଲାଗିଲେ କଳି

ଲେଖା : ଡ଼ାକ୍ତର ଅଶୋକ କୁମାର ସେଠୀ

ବେଙ୍ଗ ବେଙ୍ଗୁଲି ଲାଗିଲେ କଳି
ମେଘ ବରଷିଲା ବିଜୁଳି ମାରି
ଚଷା ପୁଅ ଟି ମାରିଲା ତାଳି
ଚାଷ କରିବ ସକାଳୁ କାଲି
ବରଷା ରାଣୀ ଆସ ଇ ହସି
ସବୁରି ମନ କରିବ ଖୁସି
ଫୁଟିବ ଫୁଲ ଫଳିବ ଫଳ
ଭଲ ଫସଲ ହବ ଅମଳ
କଲ୍ୟାଣ କାରି ବରଷା ରାଣୀ
ଗଛ ଲଗାଇବା ଗଣି ଗଣି
ପଶୁ ପକ୍ଷୀଙ୍କ ମନ ଆନନ୍ଦ
ଆକାଶେ ହସେ ପୁନେଇ ଚାନ୍ଦ
ନିର୍ମଳ ଶୀତଳ ବହେ ପବନ
ମନକୁ ମୋହେ ଶାଗୁଆ ବନ
ହବ ନାହିଁ ରେ ଜମା ମରୁଡ଼ି
ପରିବେଶ କୁ ଦବା ସଜାଡି।


ଖୁଣ୍ଟକଟା, ଆଠଗଡ଼
ମୋ ୯୯୩୮୭୭୦୬୯୭

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion