ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସିଛି ଆଷାଢ

ଲେଖା : ନିରୁପମା କବି

ଆଷାଢ ଆସିଛି ବରଷା
ନେଇ
କାଳ ବୈଶାଖୀ ଗଲା
ପଳାଇ
ପହଞ୍ଚିଲା ମୌସୁମୀ
ମେଘ ବରଷିବ ମାଟି
ବତୁରିବ
ମନ ଟା ଯାଉଛି ଝୁମି।। ଖରା ଖିଆ ବନ ସବୁଜ
ହେବ
ନୁଖୁରା ଭୁଁ ଇକୁ ସଜାଇ
ଦେବ
ସୁନ୍ଦର ଦିଶିବ ଧରା
ଡହଳ ବିକଳ ହେବେ
ନାହିଁ , ଜୀବ
ଖରା ତାତି ସହି ପରା।
ଆସୁଛି ଶୁକୁଳ ଦ୍ୱିତୀୟା
ତିଥି,
ରଥ ଯାତରା ର ହୁରି
ପଡ଼ିଛି
ନୂଆ ବେଶ ବାସ ହୋଇ
କଳା ଦିଅଁ ଯିବେ ଜନମ
ବେଦୀକୁ,
ଭାଇ ଭଉଣୀ ଙ୍କୁ ନେଇ।
ସରଗ ଠୁ ବଳି ଜନମ
ଭୂମି
ଏକଥା ଜାଣନ୍ତି ଜଗତ
ସ୍ୱାମୀ
ଛାଡ଼ି ରତ୍ନ ସିଂହାସନ
ଗୁଣ୍ଡିଚା ମନ୍ଦିର ଯିବେ
ମହାପ୍ରଭୁ,

ଛାଡ଼ି ଦେଇ ଦିବ୍ୟ ଅନ୍ନ।
ସଜା ହୋଇଅଛି ଶ୍ରୀ
ନନ୍ଦିଘୋଷ
ତାଳଧ୍ୱଜ ଦେବ ଦଳନ
ରଥ
ବଡଦାଣ୍ଡ ଦିଶେ ଶୋଭା
ଘଣ୍ଟିଆ ମର୍ଦଳି ସେବକ
ଭକତ
ନାଚୁଛନ୍ତି ମନ ଲୋଭା।ଭକତ ମେଳ ରେ ରହି
ରହି କା
ଟାହିଆ ହଲାଇ ଝୁଲି
ଝୁଲିକା
ଆସିବେ ପହଣ୍ଡି ହୋଇ
ଜଗତ ଦେଖିବେ ଲୀଳାମୟ ଙ୍କର
ଯେତେ ରୀତି ନୀତି
ଛଇ।
ଭକତ ଙ୍କ ଦୁଃଖ ସୁଖ
ବୁଝି ବେ
ଅବତାରୀ ହୋଇ ଦର୍ଶନ
ଦେବେ,
ପରଂବ୍ରହ୍ମ ଭାବ ଗ୍ରାହି
ଭାବ କୁ ନିକଟ ଅଭାବ
କୁ ଦୂର
ଭାବେ ବନ୍ଧା ଥାଏ
ସେହି।।।।
ରାଇ ରଙ୍ଗ ପୁର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion