ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭକ୍ତ ଵଳରାମ

ଲେଖା : ଡକ୍ଟର ସୁନାମଣି ରାଉତ

ବଳରାମ ଦାସ ନାମେ
ଆଗକାଳେ ଥିଲେ ଜଣେ ଭକତ
ଭକତି ତାଙ୍କର ଥିଲା
ଠାକୁରଙ୍କ ପାଇଁ ଵଡ ଶକତ ।
ରଥଯାତ୍ରା ହେଉଥିଲା
ଵଡଦାଣ୍ଡେ ସେତେବେଳେ ପୁରୀରେ
ହରିବୋଲ, ହୁଳହୁଳି
ଚାରିଆଡେ ପଡୁଥିଲା ହୁରିରେ ।
ଠାକୁରଙ୍କୁ ଦେଖିଵାକୁ
ଵଳରାମ ରଥପରେ ଚଢ଼ିଲେ
ଦୁର୍ ଦୁର୍ କହି ତାଙ୍କୁ
ପଣ୍ଡାମାନେ ରଥପରୁ ତଡିଲେ ।
ମନଦୁଃଖେ ବଳରାମ
ଚାଲିଯାଇ ପୁରୀ ବାଙ୍କି ମୁହାଣେ
ବାଲିରେ ତିନୋଟି ରଥ
ଗଢିଲେ ସେ ନିଜ ହାତ-ନିହାଣେ।
ଭକତିରେ ଠାକୁରଙ୍କୁ
ଡାକିଲେ ସେ ଆସ ପ୍ରଭୁ ଚଞ୍ଚଳ
ଠାକୁର ଆସିଲେ ସେଠି
ଵଡ଼ଦାଣ୍ଡେ ରଥ ହେଲା ଅଚଳ।
ରାଜାଙ୍କୁ ତ ସ୍ଵପ୍ନ ହେଲା
ଭକ୍ତକୁ ମୋ କ୍ଷମା ମାଗି ଆଣହେ
ନହେଲେ ତ ଗଡ଼ିଵନି
ଵଡ଼ଦାଣ୍ଡେ ରଥ ମୋର ଜାଣହେ ।
ରାଜା ମନ୍ତ୍ରୀ ପଣ୍ଡାମାନେ
ଵଳରାମ ଦାସଙ୍କୁ ତ ଆଣିଲେ
ଗଡିଲା ରଥ ଏଥର
ଭକତର ଭକତିକୁ ଜାଣିଲେ।


ରାଜାଵଗିଚା, କଟକ-୯
ମୋ -୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

04-07-2026 / 18:11:45

କିମ୍ବଦନ୍ତୀମୂଳକ କବିତାଟି ଭଲ ହେଇଛି।

ଉମାକାନ୍ତ ବେହେରା

30-06-2026 / 16:15:22

ଭଲ ଲାଗିଲା, ପୁରୁଣା କିମ୍ବଦନ୍ତୀ ସବୁ କବିତା ମାଧ୍ୟମରେ ଆସିବା ଆବଶ୍ୟକ l

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion