ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଥ ଯାତରା

ଲେଖା : ହରିପ୍ରିୟା ପଟ୍ଟନାୟକ

ପବନ ବହୁଛି ସୁଲୁସୁଲୁ
ବଡ଼ଦାଣ୍ଡ ଆଜି ଦୁଲୁଦୁଲୁ
ଆସୁଛି କାଳିଆ,ବଳିଆ ସଙ୍ଗତେ
ଚାରିଆଡ ଆଜି ହୁଲୁସ୍ଥୁଲୁ ।
ଭଉଣୀ ସୁଭଦ୍ରା ସାଥୀରେ ଅଛନ୍ତି
ଲକ୍ଷ୍ମୀମାଆ ରାଗେ ଗରଗର
ହେରାପଞ୍ଚମୀରେ ରଥକାଠ ଭାଙ୍ଗି
ହେଲେ ସେ ତ ଖାଲି ହରବର
ମାଉସୀମା ହାତୁ ପୋଡ଼ପିଠା ଖାଇ
ଦଶମୀ ତିଥିରେ ବାହୁଡନ୍ତି
ମନ୍ଦିର ଦୁଆର କିଳି ଲକ୍ଷ୍ମୀମାଆ
ରସଗୋଲା ଖାଇ ଛାଡିଦ୍ୟନ୍ତି।

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 16:40:19

ଯୁଗ୍ମଶବ୍ଦର ସୁନ୍ଦର ପ୍ରୟୋଗ ।

ଗୀତାଞ୍ଜଳି ସ୍ୱାଇଁ

01-07-2026 / 16:50:18

ସଂକ୍ଷୀ ପ୍ତରେ ରଥଯାତ୍ରା ଯାତ୍ରା ର ବର୍ଣ୍ଣନା ଖୁବ ସୁନ୍ଦର ହେଇଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion