ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସ ଲଗାଇବା ଗଛ

ଲେଖା : ପଣ୍ଡିତ ମଧୁସୂଦନ ମିଶ୍ର

କଥାଟି ସତ ନୁହଁଇ ମିଛ
ଆମରି ମିତ ଗଛ ।
ତାହାରି ପାଇଁ ପରିବେଶଟା
ହୁଅଇ ପୁରା ସ୍ଵଚ୍ଛ ।।
ଗଛ ନଥିଲେ ଗରମ ବଢେ
ହୁଏନି ଜମା ବୃଷ୍ଟି ।
ଧରଣୀ ଭୂଇଁ ଟାଙ୍ଗରା ଦିଶେ
ବିଗିଡି ଯାଏ ସୃଷ୍ଟି ।।
ଫଳ ସହିତ ଗଛ ଆମକୁ
ଦିଅଇ ଅମ୍ଳଜାନ ।
ଅଙ୍ଗାରକାମ୍ଳ ଶୋଷଣ କରି
ରଖେ ଆମରି ମାନ ।।
ଗଛ ଡାଳରେ ପଶୁପକ୍ଷୀଏ
କରନ୍ତି ବସବାସ ।
ଗଛ ପାଇଁତ ପ୍ରକୃତି ରାଣୀ
ଦିଶଇ ହସହସ ।।
ଆଗ ପରିକା ଘଞ୍ଚ ଜଙ୍ଗଲ
କେଉଁଠି ଦିଶୁନାହିଁ ।
ଜଙ୍ଗଲ ହାତୀ ଖାଦ୍ୟ ନପାଇ
ଗାଆଁ ଆସନ୍ତି ଧାଇଁ ।।
ବରଷା ଦିନେ ଯତନ କରି
ଲଗାଇଦେବା ଗଛ ।
ପରିବେଶର ପ୍ରଦୂଷଣକୁ
ଗଛ କରଇ ସ୍ଵଚ୍ଛ ।।
ଗଛ ପରିକା ପରମ ବନ୍ଧୁ
ଜଗତେ ନାହିଁ କେହି ।
ବିନା କାରଣେ ଗଛକୁ ଆମେ
କେବେ କାଟିବା ନାହିଁ ।।

କେନ୍ଦୁଝର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion