ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବରଷା ତୁମେ ଆସୁନ କିଆଁ

ଲେଖା : ଶ୍ରୀ ପ୍ରଭାତ ଚନ୍ଦ୍ର ରଥ

ବରଷା ତୁମେ ଆସୁନ କିଆଁ?
ଗ୍ରୀଷ୍ମ ଢାଳେ ପ୍ରଚଣ୍ଡ ନିଆଁ
ଜଳଇ ଆମ ମହୀ,
ତୁମେ ଆସିଲେ
ରାଜୁତି ତା`ର
କୁଆଡେ ଯିବ ବହି ।
ଶୁଖିଗଲାଣି ନଈ ଗଡିଆ
ଫାଟିଗଲାଣି ଭୂଇଁ ପଡିଆ
ବିକଳେ ରହୁ ଚାହିଁ,
ଜୀବଜନ୍ତୁଏ
ଖୋଜି ବୁଲନ୍ତି
ପାଣି ଟୋପାଏ କାହିଁ?
ତୁମରି କାମ କଷ୍ଟ କରି
କରନ୍ତି ଆଖୁ, ତାଳ, ସପୁରି,
କାକୁଡି, ତରଭୁଜ,
ତୁରନ୍ତ ଆସି
ଦେଇ ଆଉଁସି
ତାଙ୍କରି କଥା ବୁଝ ।
ବାହାରିଲେଣି ସାଆନ୍ତେ ପରା!
ବଜାଅ ବାଜା ଚହଲୁ ଧରା
ଭିଜେଇ ଦିଅ ମାଟି,
ତୃଷିତ କେହି
ନରହୁ ଏଠି
ସିକ୍ତ ହେଉ ପାଟି ।

(ଅବସରପ୍ରାପ୍ତ ଶିକ୍ଷକ)
ମୋ- ୮୭୬୩୩୦୨୫୦୭

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

09-07-2026 / 15:53:50

କବିତାଟି ବହୁତ ଭଲ ଲାଗିଲା । ପ୍ରଣାମ ଭାଇ।

ହରିପ୍ରିୟା ପଟ୍ଟନାୟକ।

04-07-2026 / 18:26:41

ଭଲଲାଗିଲା କବିତାଟି। ଧନ୍ୟବାଦ ବି।

ହରିପ୍ରିୟା ପଟ୍ଟନାୟକ।

04-07-2026 / 18:26:41

ଭଲଲାଗିଲା କବିତାଟି। ଧନ୍ୟବାଦ ବି।

ଜୟକୃଷ୍ଣ ସାହୁ

02-07-2026 / 20:36:07

ପ୍ରଭାତ! ତୁମ କଥାରଖି ଵର୍ଷା ଆସିଗଲାଣି। ଚମତ୍କାର କଵିତା। ଭଲଲାଗିଲା।

ପ୍ରଶାନ୍ତ କୁମାର ଦାଶ

30-06-2026 / 21:00:59

କବିତାଟି ପଢ଼ି ଖୁସୀ ହେଲି ଯଶସ୍ୱୀ କବିଙ୍କୁ ପ୍ରଣାମ ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion