ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବନ୍ଦେ ଜନନୀ ମୋ ଉତ୍କଳ

ଲେଖା : ଡ. ସନାତନ ପଣ୍ଡା

ମାଟି ମୋ ଚନ୍ଦନ ପାଣି ପାଦୁକ
କଳାସଂସ୍କୃତିର ଭରା ମହକ
ମୋ ଭାଷା ଓଡ଼ିଆ ସବୁଠୁ ମଧୁର
ମୋ ଦିଅଁ କାଳିଆ ଜଗତ ଠାକୁର
ଆହା କି ସୁନ୍ଦର ରାଇଜ ମୋର
ବନ୍ଦେ ବନ୍ଦେ ଜନନୀ ମୋ ଉତ୍କଳ।।

ଉତ୍କଳ ଗୌରବ ଉତ୍କଳର ମଣି
ସେବାରେ ଜାତିକୁ କରିଗଲେ ଋଣୀ
ନିହାଣମୁନରେ ବାରଶ ବଢ଼େଇ
କଥା କୁହେ ଶିଳା ଯଶ ତା`ର ଗାଇ
ସାକ୍ଷୀ କୋଣାରକ ଦୁର୍ଗ ବାରବାଟୀ
ବୀରପ୍ରସବିନୀ ମୋ ଓଡ଼ିଶା ମାଟି
ଭକ୍ତଭଗବାନ ଶ୍ରୀକ୍ଷେତ୍ରରେ ମେଳ
ଚରଣ ଧୋଉଛି ସାଗର ଜଳ
ଆହା କି ସୁନ୍ଦର ରାଇଜ ମୋର... ।।

କେଡ଼େ ମନଲୋଭା ପ୍ରାକୃତିକ ଶୋଭା
ଖଣିଖାଦାନରେ ଭରା ରତ୍ନଗର୍ଭା
ଆମ ନାଚଗୀତ ଆମରି ସାହିତ୍ୟ
କଳା ଓ ସଂସ୍କୃତି ବିଶ୍ୱରେ ବିଦିତ
ବାରମାସେ ଆମ ତେରଟି ପରବ
ଓଡ଼ିଆଜାତିର ଗାଉଛି ଗରବ
ମରତେ ଉତ୍କଳ ସରଗପୁର
ଜନମ ତା କୋଳେ ପୁଣ୍ୟର ଫଳ
ଆହା କି ସୁନ୍ଦର ରାଇଜ ମୋର... ।।

ଫୋନ : ୯୪୩୭୧୧୪୯୫୨, mailto:sanatan.oes@gmail.com

ଲେଖା ସମ୍ପର୍କୀୟ ମତାମତ

Jayakrushna sahu

17-04-2024 / 10:43:36

ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ। କବିଙ୍କୁ ଧନ୍ୟବାଦ୍।

Dr Purusottam Dhal

05-04-2024 / 17:07:52

Very nice

Prafulla Kumar sahoo

03-04-2024 / 23:08:14

ବହୁତ୍ ସୁନ୍ଦର୍ କବିତା Abhinandan sir

Prafulla Kumar sahoo

03-04-2024 / 23:08:13

ବହୁତ୍ ସୁନ୍ଦର୍ କବିତା Abhinandan sir

ସନ୍ତୋଷ କୁମାର ସାହୁ

03-04-2024 / 19:57:41

ବନ୍ଦେ ଜନନୀ ମୋ ଉତ୍କଳ କବିତା ଟି ହୃଦୟସ୍ପର୍ଶୀ, କଳା, ସଂସ୍କୃତି, ଗୌରବ ଗାଥା କବିତାଟିରେ ବର୍ଣ୍ଣିତ ହୋଇ ଶିଶୁ ମାନଙ୍କ ମନକୁ ଛୁଇଁବ, ଏଥିରେ ସନ୍ଦେହ ନାହିଁ | ସହ ସମ୍ପାଦକ, ଶିକ୍ଷା ପ୍ରଦୀପ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion