ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
ଜ୍ଞାନବିଜ୍ଞାନ

ଭାରତୀୟ ଉଦ୍ଭାବନ କାହାଣୀ-୨ : ୟୁଏସ୍‌ବି

ଲେଖା : ହିମାଂଶୁ ଶେଖର ଫତେସିଂହ

କମ୍ପ୍ୟୁଟରକୁ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଉପକରଣ ସହିତ ସଂଯୋଗ କରିବାକୁ ପଡ଼ିଥାଏ । ସେଗୁଡ଼ିକ ମଧ୍ୟରେ ରହିଛି ମୋବାଲଲ ଫୋନ, କ୍ୟାମେରା, କି ବୋର୍ଡ଼, ମାଉସ୍‌, ପ୍ରିଂଟର, ସ୍କାନର, ୟୁଏସବି ଫ୍ଲାସ୍ ଡ୍ରାଇଭ, ପେନ ଡ୍ରାଇଭ୍ ଇତ୍ୟାଦି । କମ୍ପ୍ୟୁଟରକୁ ପେନ୍ ଡ୍ରାଇଭ୍ ସହିତ ସଂଯୋଗକରି ସେଥିରେ ଥିବା ସମସ୍ତ ତଥ୍ୟକୁ କମ୍ପ୍ୟୁଟର ମଧ୍ୟକୁ ସ୍ଥାନାନ୍ତର କରାଯାଇପାରୁଛି । କମ୍ପ୍ୟୁଟରକୁ କ୍ୟାମେରା ସହିତ ସଂଯୋଗ କରାଯିବା ଫଳରେ କ୍ୟାମେରା ମଧ୍ୟରେ ଥିବା ସମସ୍ତ ଫଟୋ ଓ ଭିଡ଼ିଓକୁ କମ୍ପ୍ୟୁଟରମଧ୍ୟକୁ ସ୍ଥାନାନ୍ତରକରି ତାହାର ସମ୍ପାଦନ କରାଯାଉଛି । ସେହିପରି କମ୍ପ୍ୟୁଟରକୁ ମୋବାଇଲ ଫୋନ ସହିତ ସଂଯୋଗ କରିବାଫଳରେ ମୋବାଇଲ ଫୋନରେ ଥିବା ତଥ୍ୟସମୂହକୁ କମ୍ପ୍ୟୁଟର ମଧ୍ୟକୁ ଓ କମ୍‌୍ୟୁଟର ମଧ୍ୟରେ ତଥ୍ୟକୁ ମୋବାଇଲକୁ ସ୍ଥାନାନ୍ତର କରି ଆବଶ୍ୟକ ଅନୁସାରେ ବ୍ୟବହାର କରାଯାଉଛି । ଏଥିପାଇଁ ପ୍ରତି କମ୍ପ୍ୟୁଟର ଓ ଲାପଟପ୍‌ରେ ଏକ ସ୍ୱତନ୍ତ୍ର ଧରଣର ପୋର୍ଟ ରହିଥାଏ । ଏହାକୁ ୟୁଏସ୍‌ବି ପୋର୍ଟ କୁହାଯାଏ । ଏହି ପୋର୍ଟରେ ୟୁଏସ୍‌ବି କେବୁଲ୍ ଯୋଗେ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକୁ କମ୍ପ୍ୟୁଟର ସହିତ ସଂଯୋଗ କରାଯାଇଥାଏ । ଏହି ପୋର୍ଟ ନଥିଲେ ଏହି ସବୁ ଉପକରଣଗୁଡ଼ିକୁ କମ୍ପ୍ୟୁଟର ସହିତ ସଂଯୋଗ କରିବା ସମ୍ଭବ ହୋଇପାରି ନଥାନ୍ତା । ଏତେଗୁଡ଼ିକ କାମ ମଧ୍ୟ କରାଯାଇପରି ନଥାନ୍ତା ।
ୟୁଏସ୍‌ବିର ସମ୍ପୂର୍ଣ୍ଣ ନାମ ହେଉଛି ୟୁନିଭରସାଲ୍ ସିରିଅଲ ବସ୍ । ଏହାକୁ ଉଦ୍ଭାବନ କରିଥିଲେ ଆମ ଦେଶର କମ୍ପ୍ୟୁଟର ବିଜ୍ଞାନୀ ଅଜୟ ଭଟ୍ଟ । ୧୯୯୦ ମସିହାରେ ସେ ନ୍ୟୁୟର୍କର ସିଟୀ ୟୁନିଭରସିଟୀରୁ ମାଷ୍ଟର ଡିଗ୍ରୀ ହାସଲ କରିବାପରେ ଇଂଟେଲ କମ୍ପାନୀରେ ଯୋଗ ଦେଇଥିଲେ । ୧୯୯୫ ମସିହ ବେଳକୁ ସାତ ଗୋଟି କମ୍ପାନୀ ମିଶି କମ୍ପ୍ୟୁଟରପାଇଁ ଏକ ୟୁଏସବି ପୋର୍ଟ ବାହାର କରିବାକୁ ଚେଷ୍ଟା କରିୁଥିଲେ । ସେତେବେଳେ କମ୍ପ୍ୟୁଟରକୁ ବିଭିନ୍ନ ବାହ୍ୟ ଉପକରଣକୁ ସଂଯୋଗ କରାଯିବାପାଇଁ କମ୍ପ୍ୟୁଟର ପଛପଟେ ଏକାଧିକ କେବୁଲ କନେକ୍ଟର ବ୍ୟବସ୍ଥା ରହିଥିଲା । ଏକାଧିକ କେବୁଲ ବ୍ୟବହାର ନ କରି କିପରି ଗୋଟିଏ କେବୁଲକୁ ବ୍ୟବହାରକରି କମ୍ପ୍ୟୁଟରସହିତ ବିଭିନ୍ନ ବାହ୍ୟ ଉପକରଣକୁ ସଂଯୋଗ କରାଯାଇପାରିବ ସେଥିପାଇଁ ସେମାନେ ଏକ ସରଳ ୟୁଏସବି ପୋର୍ଟ ବାହାର କରିବାକୁ ଚେଷ୍ଟା କରୁଥିଲେ । ଇଂଟେଲ କମ୍ପାନୀରେ ଅଜୟ ଓ ତାଙ୍କର ସହଯୋଗୀମାନେ ମିଶି କମ୍ପ୍ୟୁଟର ପାଇଁ ଏକ ସରଳ ୟୁଏସବି ପୋର୍ଟ ବିକାଶ କରିଥିଲେ । ଆଜକୁ ପ୍ରାୟ ୨୭ ବର୍ଷ ପୂର୍ବେ ୧୯୯୬ ମସିହା ଜାନୁୟାରୀ ମାସରେ ସେ ଏହାକୁ ଉଦ୍ଭାବନ କରିଥିଲେ । ସେହି ବର୍ଷ ମେ ମାସରେ ଏହାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରାଯାଇଥିଲା । ତାହା ଥିଲା ୟୁଏସବି-୧.୦ । ତାହା ଯୋଗେ ଅତି ନିମ୍ନ ବେଗରେ ସଙ୍କେତ ପ୍ରେରଣ କରାଯାଇପାରୁଥିଲା । ତାହା ଯୋଗେ ପ୍ରତି ସେକେଣ୍ଡରେ ସର୍ବାଧିକ୧.୫ ମେଗାବିଟ୍‌ସ ସଙ୍କେତ ପ୍ରେରଣ କରାଯାଇପାରୁଥିଲା । ଏହା ପରେ ଆବଶ୍ୟକତାକୁ ଚାହିଁ ଉନ୍ନତ ଧରଣର ୟୁଏସବି ପୋର୍ଟମାନ ବିକଶିତ ହେଲା । ଗତ ୨୦୨୨ ମସିହା ସେପେ୍‌ଟେମ୍ବର ମାସରେ ୟୁଏସବି୪ ୨.୦ ବିକଶିତ ହୋଇଛି । ଏହା ସାହାଯ୍ୟରେ ପ୍ରତି ସେକେଣ୍ଡରେ ୧୨୦ ଗିଗା ବିଟ୍ସ ଡାଟା ସ୍ଥାନାନ୍ତରଣ ସମ୍ଭବ ହୋଇପାରୁଛି । ଗତ ୨୦୦୮ ମସିହା ସୁଦ୍ଧା ସାରା ପୃଥିବୀରେ ୬୦୦ କୋଟି ୟୁଏସବି ପୋର୍ଟ ଉତ୍ପାଦିତ ହୋଇଅଛି । ଏବେ ପ୍ରତି ବର୍ଷ ସମଗ୍ର ପୃଥିବୀରେ ୨୦୦ କୋଟି ୟୁଏସବି ପୋର୍ଟ ବିକ୍ରି କରାଯାଉଛି ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion