ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନାମଟି ମୋର ରକେଟ

ଲେଖା : ଜ୍ୟୋତିର୍ମୟୀ ମହାନ୍ତି

ଚାଳକ ମୋ ପାଇଁ ନ ହୁଏ ଲୋଡ଼ା
ବିଜ୍ଞାନ ବଳରେ ମୋ ଦେହ ଗଢ଼ା
ମୋ ଦେହରେ ଭରି ଦେଲେ ଇନ୍ଧନ
ମହା ଶୂନ୍ୟରେ ମୁଁ କରେ ଗମନ
ଦୂର ଆକାଶ ର ଅନ୍ଧାର କୋଳେ
ସବୁ ବାଧା ଠେଲି ନିର୍ଭୟେ ବୁଲେ
ଶୂନ୍ୟ ରାଇଜେ ଯାଏ ମୁଁ ଉଡି
ନୂଆ ନୂଆ ତଥ୍ୟ ଆଣେ ମୁଁ କାଢି
ଗ୍ୟାସ ଇନ୍ଧନ ରେ ଚଳେ ମୋ ଦେହ
ପାରିବ ଯଦି ତ ମୋ ନାମ କୁହ
କୁନା କୁନି ଆସ ମୋ ଦେହେ ବସି
ଜହ୍ନ ରାଇଜକୁ ଯିବରେ ହସି
ସେଠି ଗଢି ଦେବ ସୁନାର ଦେଶ
ଦୁନିଆ କୁ ଦେବ ନୂଆ ସନ୍ଦେଶ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion