ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଥୁକୁଲ୍ ଥାକୁଲ୍ ଥା

ଲେଖା : ନିରଞ୍ଜନ ସାହୁ

ଥୁକୁଲ୍ ଥାକୁଲ୍ ଥା......
ଥାଥା ମାମା ଗୀତ ଗାଆ
ଗାଁ ଦାଣ୍ଡେ ପାଣି ସୁଅ ଚାଲୁଅଛି
ଭସାଇ ଦେଏ ତୋ ନାଆ । ଥୁକୁଲ୍........

ନାଆ ଭାସି ଭାସି ଯିବ
କେତେ ସାଥୀ ଭେଟୁ ଥିବ
ଭେଟ ରେ ଆନନ୍ଦ ଅଭେଟ ରେ ଦୁଃଖ
ଦୁଃଖ ବେଳେ ସାଥୀ ସାହା । ଥୁକୁଲ୍.......

ସାଥୀ ମେଳେ ପଢ଼ ପାଠ
ଗୋପାଳ ଜଗିଛି ଗୋଠ
ଗୋଠେ ତାରା ଥାଇ କିହେବ କହିଲ
ନଥିବ ଯେବେ ଚନ୍ଦ୍ରମା । ଥୁକୁଲ୍.....
ଚନ୍ଦ୍ରମା ପରି ହସିବା
ହସି ଫୁଲ ଫୁଟାଇବା
ଫୁଟିଲେ ସୁବାସ ମହକିବ ଦିନେ
ହସି ହସା ଅ ଦୁନିଆଁ । ଥୁକୁଲ୍.........

ଦୁନିଆଁ ରେ ବଞ୍ଚିଥିବ
ପର ହିତ ସାଧୁଥିବ
ସାଧନ ରେ ସୁଖ ଆଳସ୍ୟ ରେ ଦୁଃଖ
ଆରଜିବୁ ଯେବେ ନାଆଁ । ଥୁକୁଲ୍.....

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion