ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆ` ମାହୁନ୍ତ ଆ`

ଲେଖା : ନୀଳମଣି ଚାନ୍ଦ

ଆ` ରେ ଆ` ମାହୁନ୍ତ ଆ`
ପୋଷା ହାତୀକୁ ନେଇ
ହାତୀଟି ଦେଖି ହୋଇବୁ ଖୁସି
ଗଲେ ଗାଁ ଦାଣ୍ଡ ଦେଇ ।
ଛଵିବହିରୁ ଦେଖିଛୁ ଆମେ
ହାତୀର ଛବି ଯାହା
ଶୁଣେଇ ଥିଲେ ହାତୀର ଗପ
ଦିନେ ମୋ ଆଈମା` ।
ନଡ଼ିଆ,ଧାନ,କଦଳୀ ଦେବୁ
ଖାଇବ ମନ ଭରି
ବାଡ଼ି ଗଛରୁ ଆଣିବୁ ଡାଳ
ଆମେରେ ଭାଙ୍ଗି କରି ।
ହାତୀ ପିଠିରେ ବୁଲି ଆସିଲେ
ବାବାଲି ଆଉ ଟିନା
ଡାକ ଭୁଲେଇ ଆ` ଓହ୍ଲେଇ
ରାଜି ହେଵେନି ଜମା ।
ଅଜା କହିବେ ଏ ହାତୀଟିକୁ
ରଖିବା ଆମ ଘରେ
କହିଵେ ଆଈ କିଣିଦେବିରେ
ହାତୀ ଛୁଆଟେ ପରେ
ମାହୁନ୍ତ ହସି କହିଲା ପିଲେ
ଫେରିବୁ ଆମେ ଘର
ହାତୀ ଦେଖିଲ ମଜା ପାଇଲ
ଏଵେରେ ଵହି ଧର ।
∎ ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ-୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

01-06-2024 / 15:10:23

ଭଲ କବିତା,ନିଜର କବିତା ଲେଖିବାର ନିଆରାପଣ ଜାରିରଖିଛନ୍ତି । ଶୁଭକାମନା ଜଣାଉଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion