ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଅନ୍ଧକାର ଘୋଟିଲା

ଲେଖା : ଡକ୍ଟର ଅରୁଣ କୁମାର ପଣ୍ଡା

ଅନ୍ଧକାର ଘୋଟିଲା
ତାରା ଫୁଲ ଫୁଟିଲା
ବସାରୁ ବାହାରି ପେଚା
ବାଦୁଡ଼ିକୁ ଭେଟିଲା।
ବାଦୁଡ଼ିଟି ମଜାରେ
ଧରି ମିଠା, ଖଜାରେ
ଯାଉଥିଲା ବିକିବାକୁ
ପୀରହାଟ ବଜାରେ।
ପେଚା ତାକୁ ଧଇଲା
ମିଠା ଦେବୁ କହିଲା
`ଝିଅ ବାହାଘର ମୋର
ଜାନୁଆରୀ ପହିଲା।`
`ଦେ` ଆଗ ବଇନା
କର ନାହିଁ ବାହାନା
ଆରଥର ବାକି ଅଛି
ଏଯାଏ ତ ଦେଇନା?`
`ଏଇଥର ଶୁଝିବି
ତୋ` କଥା ବୁଝିବି
ଅଭାବୀ-ସଂସାର ମୋର
କେତେ ଆଉ ଯୁଝିବି।`

ଗ୍ରା./ପୋ.-ତୋଟାପଡ଼ା, ଭାୟା-ଘଣ୍ଟେଶ୍ୱର, ଜି.-ଭଦ୍ରକ-୭୫୬୧୨୯
ମୋ. : ୯୯୩୭୬୭୨୭୦୮ E-mail :

ଲେଖା ସମ୍ପର୍କୀୟ ମତାମତ