ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସମୟକୁ ଜଗି ଚାଲ

ଲେଖା : ମନୋରମା ମିଶ୍ର

ସମୟ ଧାଉଁଛି ଆଗକୁ ଆଗକୁ
ଚାହୁଁନି ଫେରି ,
ସମୟ ସାଥିରେ ଧାଉଁଥାଅ ସଦା
ନକରି ଡେରି ।
ବାଟରେ ଘାଟରେ ନବସି ସମୟ
ଧାଉଁଛି ପରା ,
ପଥ ତା`ର କେବେ ରୋକି ପାରିନାହିଁ
ନିଦାଘ ଖରା ।
ଘୋର ବରଷାରେ ଭିଜିନି ସମୟ
ତୁମରି ପରି ,
ହାଡଭଙ୍ଗା ଶୀତେ ହାରିନି ଜମା ସେ`
ଯାଇନି ଥରି ।
ସମୟକୁ ଜଗି ସମୟ ସହିତ
ଧାଇଁଛି ଯିଏ ,
ଏହି ସଂସାରରେ ସଫଳ ଜୀବନ
ପାଇଛି ସିଏ ।
∎ ମନୋରମା ମିଶ୍ର
ନୀଳାଦ୍ରି ବିହାର
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

23-05-2024 / 09:43:08

ସମୟ ଉପରେ ଲେଖିଥିବା ମିନି କଵିତାଟି ଭଲ ଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion