ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଠଣ୍ ଠଣା ଠଣ୍

ଲେଖା : ହରିହର ଶୁକ୍ଳ

ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ପଇସା ଖସିଲା ଝଅଣ୍ ଝଣ୍;
ଅଜାଙ୍କର ମୁଣି ଯାଇଛି ଫୁଟି
ପଇସା ଯେତେକ ଦେ` ତୁ ଖୁଣ୍ଟି।

ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ଠଣ୍ ଠଣ୍ କରି ପଇସା ଗଣ୍;
ପଇସା ଗଣିବୁ ଠିକ୍ ଠିକ୍
ଥରକୁ ଥର ତୁ ଗଣିବା ଶିଖ୍।

ଠଣ୍ ଠଣା ଠଣ୍ ଠଣକ୍ ଠଣ୍
ଅଜାଙ୍କର ସବୁ ପଇସା ଗଣ୍;
ଠିକ୍ ଠିକ୍ କରି ଗଣିବୁ ଯେବେ
ଖୁସି ହୋଇ ଅଜା ସାବାସି ଦେବେ।
∎ ବି-୧୦/୧୪୫, କେନ୍ଦ୍ରୀୟ ବିହାର
ପୋ:ତମାଣ୍ଡୋ
ଭୁବନେଶ୍ୱର-୭୫୧୦୨୮
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

Dinabandhu Poi

03-05-2024 / 15:03:11

ଶିଶୁଙ୍କ ପାଇଁ ଖୁବ୍ ମନଛୁଆଁ , ଶୁଭେଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion