ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଓଠେ ମୋର ହସ ଥାଏ

ଲେଖା : ନିରାକାର ଚଇନି

ମୁଁ ପରା ଅଟଇ ଅତି ଆପଣାର
ତୁମରି ଶ୍ରମିକ ଭାଇ
ରକତ ନିଗାଡ଼ି ଆପଣା ଦେହରୁ
କାମକରେ ତୁମ ପାଇଁ ।
କାଉ କାଆ କଲେ ଖାଇକି ପଖାଳ
ବାହାରି ଯାଏ ମୁଁ ଘରୁ
ଯେତେ ଖଟିଲେବି ରାତି ହୋଇଯାଏ
କାମ ମୋର ସରୁ ସରୁ।
ନୁଆଁଣିଆ ଚାଳଛପର ଘରରେ
ରହନ୍ତି ମୋ` ଛୁଆ ପିଲା
ବାବୁଭାୟା ପାଇଁ କୋଠା ତିଆରିରେ
କରେନି ଟିକିଏ ଢିଲା।
ମାନେ ନାହିଁ ମୁହିଁ ଖରା କି ଵରଷା
ମାନେନି କାକର ଜାଡ଼
ମୁଣ୍ଡର ଝାଳକୁ ତୁଣ୍ଡେ ମାରି ନିତି
ଗଢ଼ିଦିଏ ବନ୍ଧ ବାଡ଼।
ଦେଶ ଦୁନିଆର ପ୍ରଗତି ପାଇଁକି
ଗଢ଼େ କଳ କାରଖାନା
ସେଥିଯୋଗୁଁ ଆଜି ଗରିବ ବେକାରୀ
ପାଉଛନ୍ତି ମୁଠେ ଦାନା।
ପାଏନାହିଁ ଜମା ଉଚିତ ମୂଲ ମୁଁ
ଯେତେ କଲେ ଶ୍ରମ ଦାନ
ତଥାପି କେବେହେଁ କାହାରି ଉପରେ
କରେନାହିଁ ଅଭିମାନ।
ଆଖି ଦୁଇଟିରୁ ଲୁହ ଝରିଲେ ବି
ଓଠେ ମୋର ହସ ଥାଏ
ମୋ`ନାମେ ଦିବସ ପାଳନ ହେଉଛି
ଏତିକି ସନ୍ତୋଷ ପାଏ।
∎ ଶିକ୍ଷକ, ସୁବୁଦ୍ଧିସାହି ପ୍ରାଥମିକ ବିଦ୍ୟାଳୟ
ଗୋଳାବନ୍ଧ, ତେଲକୋଇ, କେନ୍ଦୁଝର-୮୪
ମୋ-୮୨୪୯୩୮୭୯୭୩

ଲେଖା ସମ୍ପର୍କୀୟ ମତାମତ

ମାନସ କୁମାର ପାତ୍ର

11-05-2024 / 14:35:57

ଶ୍ରମିକ ଦିବସ ଅବସରରେ ସୁନ୍ଦର କବିତା।

କୁଞ୍ଜବିହାରୀ ସାହୁ

06-05-2024 / 23:44:28

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion