ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଜ ମଉଜ

ଲେଖା : ମନୋରମା ମିଶ୍ର

ଦେଖରେ ଦେଖ ବରଷେ ପରେ
ଆସିଛି ଏବେ ରଜ ,
ରହିବ ଜମା ତିନୋଟି ଦିନ
ହୋଇବା ଚାଲ ସଜ ।
କଲେଣି ମାଆ କାକରା ମଣ୍ଡା
ଆରିସା ,ଲଡୁ ,ମିଠା ,
ଆହୁରି ସିଏ କରିବେ ପୁଣି
ସୁଆଦ ପୋଡପିଠା ।
ଆମ୍ବ,ପଣସ,ସପୁରୀ,ତାଳ
କଦଳୀ,ନାରୀକେଳ,
ତୋଳାଇ ବାପା ରଖି ଦେଲେଣି
ପରେ ହେବନି ବେଳ ।
ତା`ସାଥେ ଆଣି ଥୋଇ ଅଛନ୍ତି
ଜାତି ଜାତିକା କୋଳି ,
ବାରିପଟର ଆମ୍ବ ଗଛରେ
ବାନ୍ଧିଦେଲେଣି ଦୋଳି ।
ଆସରେ ଆସ ଟିକିଲି ,ମୁନା
ରାମୁଲୁ,କୁନି,ରାଜା ,
ରଜରେ ନୂଆ ପୋଷାକ ପିନ୍ଧି
କରିବା ଆମେ ମଜା ।
ଖେଳିବା ଦୋଳି ଖାଇବା ପିଠା
ଖାଇବା ରଜପାନ ,
ଆମ ଓଡିଆ ପରବ `ରଜ`
ପାଳିବା ତିନି ଦିନ ।

ନୀଳାଦ୍ରି ବିହାର
ଭୁବନେଶ୍ୱର - ୨୧ ।

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

01-07-2024 / 16:23:57

ରଜ ପର୍ବର ମହାନତାକୁ ଲେଖାଯାଇଛି। ନିଆରା ସ୍ୱାଦ ଥିଲେ ଉଚ୍ଚକୋଟୀର ହେଇଥାନ୍ତା ।ଶୁଭକାମନା ଜଣାଉଛି ।

ଧ୍ରୁବ ଚରଣ ଘିବେଲା

01-07-2024 / 12:10:21

ରଜ କବିତା ଭଲ ହୋଇଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion