ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୪ , ପ୍ରଥମ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଜମଉଜ

ଲେଖା : ଶ୍ରୀମତୀ ତନୟା ଦାସ ଗୋସ୍ୱାମୀ

ଭାରି ଛନ ଛନ ହେଲାଣି ମୋ ମନ,
ଆଜି ତ ପହିଲି ରଜ,
ବରଷକେ ଥରେ ମୁହଁ ଦେଖାଇଛି,
ଆସ ହେବା ସଜବାଜ l
ନୂଆବୋହୂ ଆଜି ସଜ କରିଦେବ
ଚନ୍ଦନରେ ଚିତା କାଟି,....
ରଙ୍ଗ ବେରଙ୍ଗର ନୂଆ ଜାମା ପିନ୍ଧି
ଖୁସି ରେ ପଡିବା ଲୋଟି l
କେତେ ପିଠାପଣା କେତେ ଯେ ଉଖୁଡା
ତା ସଙ୍ଗେ ରହିଛି ମୁଢି,
ବୋହୁଚୋରି, ଲୁଡୁ, ତାଆସ ଖେଳକୁ...
ଆକାଶେ ଉଡ଼ିବ ଗୁଡ଼ି l
ଦୋଳି ଖେଳ କଥା କହନା ଆଉରେ....
ଦୋଳି ତାଳେ ତାଳେ ଗୀତ,
ପାଦୁକ, ବଉଳ, ମକର, ସଙ୍ଗାତ...
ଆସ ଆସ ଯେତେ ମିତ l
ଭୁଲି ଭେଦଭାବ ଏ ରଜ ପରବେ
ଅଛି ଯେତେ କଳିଗୋଳ......
ପୋଛିଦେବା ମନୁ ରାଗରୋଷ ସବୁ,
ହୋଇ ଆମେ ଏକ ମେଳ l


ଲେଖା ସମ୍ପର୍କୀୟ ମତାମତ

Sanjukta parichha

21-06-2024 / 15:02:54

ଶିଶୁ ଙ୍କ ପାଇଁ ସୁନ୍ଦର କବିତାଟିଏ ।

ଜୟକୃଷ୍ଣ ସାହୁ

01-06-2024 / 20:19:15

ତନୟା ମାମ୍ ! କଵିତାଟି ଭଲଲାଗିଲା। ଧନ୍ୟବାଦ।

ଧୀରେନ ମିଶ୍ର

01-06-2024 / 17:23:14

ସୁନ୍ଦର ଶିଶୁ ମନଲାଖି କବିତାଟିଏ । କବି ମହାଶୟଙ୍କୁ ଅଶେଷ ଅଭିନନ୍ଦନ ଓ ପ୍ରଣାମ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion