ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବରଷକୁ ଥରେ ରଥ ଯାତରାରେ

ଲେଖା : ଧ୍ରୁବ ଚରଣ ଘିବେଲା

ବରଷକୁ ଥରେ ରଥଯାତରାରେ
ଯାଆନ୍ତି କଳାଶ୍ରୀମୁଖ
ଆଷାଢ଼ ମାସର ଶୁକୁଳ ପକ୍ଷରେ
ରଥଯାତ ଅନୁଷ୍ଠିତ I
ଦ୍ଵିତୀୟା ତିଥିରେ ଭଗ୍ନୀ ଭ୍ରାତା ସାଥେ
ମିଳିମିଶି ଯାନ୍ତି ଯାତ୍ରାରେ
ଜଗା ନନ୍ଦିଘୋଷେ ଭ୍ରାତା ତାଳଧ୍ବଜେ
ଭଗ୍ନୀ ଦର୍ପଦଳନରେ I
ଘିଡ଼ି ଘିଡ଼ି ଘିଡ଼ି ବଡ଼ଦାଣ୍ଡେ ଗଡ଼ି
ରଥ ଯାଇଥାଏ ବଢ଼ି
ଦଉଡ଼ିକୁ ଧରି ଭକ୍ତ ହୋଇ ମେଳି
ରଥକୁ ନିଅନ୍ତି ଭିଡ଼ି I
ତିନି ରଥେ ତିନି ଦିଅଁ ରଥାରୁଢ଼
ଶ୍ରୀମନ୍ଦିରରୁ ବାହାରି
ନୀତିକାନ୍ତି ପରେ ହର୍ଷ ଉଲ୍ଲାସରେ
ରଥେ ଯା`ନ୍ତି ଯାତ୍ରା କରି I
ଦେଇ ହରିବୋଲ ଶୁଭ ହୁଳହୁଳି
ଶଙ୍ଖ ଘଣ୍ଟ ବାଦ୍ୟ ଧ୍ଵନି
ଭକତ ଆନନ୍ଦ ଖୁସି ଗଦଗଦ
କୋଳାହଳମୟ ଧ୍ଵନି I
ବଡ଼ଦାଣ୍ଡ ପରେ ରଥ ଗଡ଼େ ଧିରେ
ଆଗେ ଆଗେ ବଳଭଦ୍ର
ମଝିରେ ସୁଭଦ୍ରା ଦର୍ପଦଳନରେ
ପଛରେ ଜଗତନାଥ I
ରଥରେ ବାମନ ରୂପ ଦରଶନ
କରି ଭକ୍ତ କୃତକୃତ୍ୟ
ଧିରେ ଗଡ଼େ ରଥ ବଡ଼ଦାଣ୍ଡ ପଥ
କାଳିଆମୟ ସର୍ବତ୍ର I
ଭକତଙ୍କ ମେଳେ ଗହଳେ ଚହଳେ
ପରିବେଶ ପୂତମୟ
କିଏ କେଉଁ ବେଶେ ଭକତ ହରଷେ
ନୃତ୍ୟରତ ଭାବମୟ I
ଅଟକି ବାଟରେ ମାଉସୀ ମା` ଘରେ
ଖାଇ ଖୁସି ପୋଡ଼ପିଠା
ସେଇଠୁ ଆଗକୁ ଗୁଣ୍ଡିଚାବାଡ଼ିକୁ
କରନ୍ତି ନଅଦିନ ଯାତ୍ରା I
ବାହୁଡ଼ାଯାତ୍ରାରେ ଫେରିକି ଆସିଲେ
ରଥେ ନାଗାର୍ଜ୍ଜୁନ ବେଶ
ଲକ୍ଷ୍ମୀଙ୍କର ମାନ ଭାଙ୍ଗି (ଜଗା )ପ୍ରବେଶିଲେ
ନୀଳାଦ୍ରି ବିଜେରେ (ଯାତ୍ରା )ଶେଷ I

ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

17-07-2024 / 14:10:03

କବିତାଟି ଭଲଲାଗିଲା।

କୁଞ୍ଜବିହାରୀ ସାହୁ

01-07-2024 / 16:21:15

ତରବର ହୋଇ ଲେଖିଲା ଭଳି ମନେହେଲା ଟିକେ ସଜାଡି ଲେଖିଥିଲେ ସୁନ୍ଦର ଉପଧା ମିଳନ ଘଟିଥାନ୍ତା ଓ ସରଳ ଶବ୍ଦକୁ ଲେଖିହେଇପାରିଥାନ୍ତା । ଲେଖା ପାଇଁ ଶୁଭେଚ୍ଛା ଜଣାଉଛି ।

ଗୋପୀନାଥ ଦାଶ

01-07-2024 / 13:16:23

ଭାବ ପୂର୍ଣ୍ଣ ସଂଯୋଜନା। ଶିକ୍ଷନିୟ।

ଶିବ ପ୍ରସାଦ ସାହୁ

01-07-2024 / 12:28:54

ସୁନ୍ଦର କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion