ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବରଷକେ ଥରେ ଆସିଛି ରଥ

ଲେଖା : ମିନତି ପଟ୍ଟନାୟକ

ବରଷକେ ଥରେ ଆସିଛି ରଥ
ଶିରିକ୍ଷେତରରେ ଗୁଣ୍ଡିଚା ଯାତ
ତିନି ଠାକୁର,
ରଥରେ ଆସିବେ ଗୁଣ୍ଡିଚା ଘର।
ହଲି ହଲି ହେବେ ପହଣ୍ଡି ବିଜେ
ଘଣ୍ଟ, ଘଣ୍ଟା, ଢୋଲ ମହୁରୀ ବାଜେ
ଛେରାପହଁରା
କରୁଥିବେ ରାଜା ରଥରେ ପରା।
ମାଉସୀ ମାଆ ଙ୍କ ଘର ପାଖରେ
ରଥ ଅଟକିବ ତିନି ଥାକରେ
ମାଉସୀ ହାତ
ପୋଡପିଠା ଖାଇ ଖୁସି ହେବେତ।
ହେରାପଞ୍ଚମୀ ରେ ଲକ୍ଷ୍ମୀ ସାଆନ୍ତାଣୀ
ଅଭିମାନେ ରଥ ଭାଙ୍ଗି ବେ ପୁଣି
ସଂଧ୍ଯା ଦର୍ଶନ
ପାଇଁ ଭିଡ ହେବେ ଭକତ ଜନ।
ବାହୁଡା ରେ ପ୍ର ଭୁ ଯିବେ ବାହୁଡି
ଭକ୍ତ ଟାଣି ନେବେ ରଥ ଦଉଡି
ସୁନା ବେଶରେ
ଭକ୍ତ ଦେଖି ହେବେ ଅତି ଖୁସିରେ।
ନିଳାଦ୍ରି ବିଜୟ ସରିଲା ପରେ
ରଥ ପୁଣି ହେବ ବରଷ ପରେ
ଏମିତି ଯାତ
ଦେଖି ଖୁସି ହୁଏ ସାରା ଜଗତ।


ନୀଳ ଚକ୍ର ନଗର, ଅଠର ନଳା, ପୁରୀ-୨

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

01-07-2024 / 16:17:06

ରଥଯାତରାକୁ ଦେଖିଆସିଲି କବିତାଟିକୁ ଯେବେ ପଢିବସିଲି ଲାଗିଲା ଭଲ, ସରଳ ଶବଦ ଭାରି ଡଉଲ ।

ବିଜୟକୁମାର ଛାଟୋଇ

01-07-2024 / 12:22:14

ବଢିଆ

ଧ୍ରୁବ ଚରଣ ଘିବେଲା

01-07-2024 / 12:19:59

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion