ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୋତେ ସେ କରେ ଭାବୁକ କବି

ଲେଖା : ଡକ୍ଟର ସଚ୍ଚିଦାନନ୍ଦ କର

ଏମିତି ଏକ ସକାଳ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ସକାଳେ ଗଛର ଡାଳେ
ହସୁ ନ ଥିବ ଫୁଲଟେ ଚାହିଁ ।।

ଏମିତି ଏକ ପାଦପ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ପାଦପେ ନ ଥିବ ଶାଖା
ନ ଦେବ ଯିଏ ଶୀତଳ ଛାଇ ।।

ଏମିତି ଏକ ତଟିନୀ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ ତଟିନୀ ଜଳଧାରାଟି
ମିଶୁ ନ ଥିବ ସାଗରେ ଯାଇ ।।

ଏମିତି ଏକ ଆକାଶ ମୁଁ ଯେ
କେବେ ବି ଦିନେ ଖୋଜିନି କାହିଁ
ଯେଉଁ ଆକାଶେ ସୂରୁଯ ଜହ୍ନ
ଦିଶୁ ନ ଥିବେ ଦେଖିଲେ ଚାହିଁ ।।

ଏମିତି ଏକ ସଞ୍ଜ ମୁଁ କେବେ
ଦିନଟେ ହେଲେ ଖୋଜିନି କାହିଁ
ଯେଉଁ ସଞ୍ଜରେ ସଞ୍ଜବତିଟି
ଜଳୁ ନ ଥିବ ଦିଅଁଙ୍କ ପାଇଁ ।।

ଏମିତି ଏକ ରାତି ମୁଁ କେବେ
ଥରୁଟେ ପାଇଁ ଖୋଜିନି କାହିଁ
ଯେଉଁ ରାତିରେ ମିଠା ସପନ
ଆସୁ ନ ଥିବ ପାଖକୁ ଧାଇଁ ।।

ଏମିତି ଏକ କୁସୁମ ମୁଁ ଯେ
କେଉଁଠି କେବେ ଖୋଜିନି କାହିଁ
ଯେଉଁ କୁସୁମେ ନ ଥିବ ବାସ
ଜନମନକୁ ମୋହିବା ପାଇଁ ।।

ଥାଇ ମୁଁ ଏଠି ଖୋଜଇ ନିତି
ମୋ ଦୁନିଆର ସୁନ୍ଦର ଛବି
ସୁନ୍ଦର ଯାହା ମୋ ପ୍ରିୟ ତାହା
ମୋତେ ସେ କରେ ଭାବୁକ କବି ।।



ନିର୍ମାଲ୍ୟ
ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

17-07-2024 / 14:20:01

କବିତାଟି କିଛି ନୂତନତ୍ତ୍ଵ ପ୍ରତିପାଦନ କରୁଥିଲା ଭଳି ମନେହୁଏ।

ଧ୍ରୁବ ଚରଣ ଘିବେଲା

02-07-2024 / 05:17:25

ବହୁତ ବଢ଼ିଆ କବିତା, ମନଲାଖି

ହରିହର ଶୁକ୍ଳ

02-07-2024 / 01:12:33

ତ୍ରୁଟିଶୂନ୍ଯ।

ହରିହର ଶୁକ୍ଳ

02-07-2024 / 01:08:39

ବେଶ୍ ମର୍ମସ୍ପର୍ଶୀ କବିତା। ତ୍ରଟିଶୂନ୍ଯ କବିତାଟି ପାଇଁ କବିଙ୍କୁ ଅଜସ୍ର ବଧେଇ।

କୁଞ୍ଜବିହାରୀ ସାହୁ

01-07-2024 / 16:12:17

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion