ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୋ ଜେଜିମା

ଲେଖା : ଶ୍ରୀ କୁଞ୍ଜ ବିହାରୀ ସାହୁ

ମୋ ଜେଜିମା ପୁରୁଣାକାଳିଆ
କାନରେ ନାଇଛି ନୋଳି,
ଥିରି ପାଦେ ସିଏ ଅଗଣାକୁ ଯାଇ
ବାନ୍ଧିଦେଲା ପଟା ଦୋଳି ।
କହିଲା -ନାତୁଣୀ ଆ,
ଚନ୍ଦନ, କୁଙ୍କୁମ, ଅଳତା ଲଗେଇ
ଦୋଳିରେ ଝୁଲି ତୁ ଯା ।
ଜେଜିମା କଥାରେ ହୁଁ ମାରିଦେଇ
ବସିଲି ଦୋଳିରେ ଥିରି,
ଜେଜିମା ପଛରୁ ପହୁଞ୍ଚା କରିଲା
ହସିଲି ମୁଁ କିରିକିରି ।
ଖାଇଲି ରଜର ପାନ,
ଓଠଟି ଦିଶିଲା ନାଲିଆ ନାଲିଆ
ଭାଙ୍ଗିଲା ମୋ ଅଭିମାନ ।
ଜେଜିମା କହିଲା ରଜ ତିନିଦିନ
ପୁଅଝିଅଙ୍କର ମେଳି,
ପୁଅ ଖେଳୁଥାନ୍ତି ଡୁ..ଡୁ.. ଖୋ..ଖୋ
ଝିଅମାନେ ପୁଚି, ଦୋଳି ।
ପିଠା, ମିଠା ପାନ ଖିଆ,
ହସଖୁସୀ ଚାଲେ ମଜାମଉଜରେ
ଚାଲେ ପୁଣି ଦିଆନିଆ ।
ପାକୋଇ ଜେଜିମା ମୁଣ୍ଡକୁ ଆଉଁଷି
କହିଲା ସୁନ୍ଦର କଥା,
ଜେଜେ ପୋତିଥିଲେ ଚାରାଟିଏ ଦିନେ
ଆଜି ଟେକିଅଛି ମଥା ।
ଦୋଳି ତୁ ଖେଳିଲୁ ଡାଳେ,
ସେଇଥିପାଇଁକି ପାେତିଦେ ଚାରାଟେ
ବସୁମତୀ ସ୍ନାନ କାଳେ ।


ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

17-07-2024 / 14:06:48

କବିତାଟି ମନକୁ ଛୁଇଁଲା।

ପ୍ରବୀର କୁମାର ପଣ୍ଡା,ଓଇ ଏସ ,ଟିଟିଲାଗଡ଼

09-07-2024 / 06:59:37

ବୃକ୍ଷ ରୋପଣ ସହିତ ପରମ୍ପରା ର ସମନ୍ମୟ ଖୁବ ଭଲ ହେଇଛି

ଧ୍ରୁବ ଚରଣ ଘିବେଲା

02-07-2024 / 05:13:51

ଭଲ ହୋଇଛି କବିତାଟି

ତପନ କୁମାର ସ୍ବାଇଁ

01-07-2024 / 17:30:45

ବଢ଼ିଆ କବିତା ହୋଇଛି

ଦୀନବନ୍ଧୁ କର

01-07-2024 / 15:43:35

ମନଛୁଆଁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion