ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପଣତକାନି

ଲେଖା : ଡକ୍ଟର ଅଶୋକ କୁମାର ସେଠୀ

ପଣତକାନି ରେ ପଣତ କାନି
ମୋ ମାର ପଣତ କାନି ॥
ଦୁଖ ବେଦନା ପାରେନି ଜାଣି
ପାଖେ ପଶନ୍ତି ନି ଭୂତ ଡାହାଣି ॥
ଖରା ବରଷା ଶୀତ କାକର
ଘୋଡ଼ାଇ ରଖେ ପଣତ ତାର ॥
ଜର ରୋଗ ପାରେନି ଜାଣି
ଘୋଡେଇ ରଖେ ତା ପଣତ ଟାଣି ॥
ମୋ ମନ ଜାଣି କୁହେ କାହାଣି
ଶୋଇ ଯାଏ ଗପ ଶୁଣି ଶୁଣି ॥
ଅଝଟିଆ ପଣ ଛାଡି ପାରେନି
ମାଡ଼ ଖାଇ ଲୁଚେପଣତ ଟାଣି ॥
ଭୁଲି ପାରିବି ନାହିଁ ତା ଆଦର
ହୁଏନି ସିଏ କେବେ ନିଷ୍ଣର ॥
ରଖୁ ଥାଏ ସ୍ଵେହ ଅପାର
ପଣତ ତାର ମୋ ଚାଦର ॥
ପଣତ ତାର ମୋ ରାଜ ଉଆସ
ଭୁଲାଏ ମୋ ର ଭୋକଶୋଷ ॥
ପାଉଥୁବି ସଦା ତା ପରଶ
ରହିବି ସଦା ହୋଇ ହସ ହସ ॥


ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

ପ୍ରବୀର କୁମାର ପଣ୍ଡା,ଟିଟିଲାଗଡ଼

09-07-2024 / 07:02:06

ବହୁତ ସୁନ୍ଦର ଲେଖା

Sanjukta parichha

04-07-2024 / 22:25:27

ପଣତକାନି ସୁନ୍ଦର କବିତାଟିଏ ।

ତପନ କୁମାର ସ୍ବାଇଁ

01-07-2024 / 17:36:05

କେତେକ ଜାଗାରେ ବନାନ ଠିକ୍ ନାହିଁ । ଉପଧା ରେ ଟିକେ ଧ୍ୟାନ ଦେଇଥିଲେ ଭଲ ଲାଗିଥାନ୍ତା

ଶିବ ପ୍ରସାଦ ସାହୁ

01-07-2024 / 12:30:16

ମନଛୁଆଁ କବିତା

ଧ୍ରୁବ ଚରଣ ଘିବେଲା

01-07-2024 / 12:08:57

ସୁନ୍ଦର କବିତାଟିଏ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion