ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କାଳିଆ ସୁନା

ଲେଖା : ପ୍ରବାସିନୀ ମିଶ୍ର

ଆସରେ କୁନା ଆସରେ ମୁନା
ଦେଖ୍‌ ଯିବା ଆମ କାଳିଆ ସୁନା ।
ବଡ଼ଦାଣ୍ଡ ଲାଗେ ଭାରି ଗହଳ
ବୁଲି ଆସେ ଜଗା ପଡ଼େ ଚହଳ ।
ଟାହିଆ ହଲାଇ ପହଣ୍ଡି ହୋଇ
ତିନିରଥେ ବିଜେ ଚାରି ଗୋସାଇଁ ।
ଆଗରେ ତାହାର ବଳିଆ ଭାଇ
ମଝିରେ ଭଉଣୀ ହଳଦୀ ମୁହିଁ ।
ଜଗତନାଥ ସେ ପଛରେ ରହି
ଝୁଲିଝୁଲି ଆସେ ନାଟ ଲଗାଇ ।
ପେଁକାଳୀ ଘଣ୍ଟେ ଦୁଲୁକେ ମହୀ
ଡାହୁକ ଡାକଇ ବେତ ହଲାଇ ।
ଭାବର ଠାକୁର ଭାବେ ମଜିଛି
ପାଟ ଦଉଡ଼ିରେ ବନ୍ଧା ହୋଇଛି ।
ପୃଥିବୀ ପ୍ରସିଦ୍ଧ ରଥଯାତରା
ମନ ଭରିଯିବ ଦେଖଲେ ପରା ॥


ପୁରୀ

ଲେଖା ସମ୍ପର୍କୀୟ ମତାମତ

ଦୀନବନ୍ଧୁ କର

01-07-2024 / 15:38:25

ମନଛୁଆଁ କବିତା

ଶିବ ପ୍ରସାଦ ସାହୁ

01-07-2024 / 12:27:23

ଶିଶୁ ମନଛୁଆଁ କବିତା।

ଧ୍ରୁବ ଚରଣ ଘିବେଲା

01-07-2024 / 12:07:25

କବିତା ସୁଖପାଠ୍ୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion