ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତାଳି ଟେ ମାରିଲା ଖୁସିରେ

ଲେଖା : ପୌର୍ଣ୍ଣମାସୀ ଦେବୀ

ମିଛେରେ
ବିଲେଇ ବସିଛି ଗଛେରେ ।
ପାଟିରେ ଧରିଛି ମାଛଟେ
ମାଆ ପିଟି ଦେଲେ ବାଡ଼ିଟେ ।
ମାଛଟି ପଡିଲା ତଳେ
ମାଆ ତାକୁ ନେଇଗଲେ ।
ବାଟିଲେ ମସଲା ହଳଦୀ
ଝୋଳ କରିଦେଲେ ଜଲଦି ।
ବାଢ଼ିଲେ ଗରମ ଭାତକୁ
ଆସେ ଡାକିଲେ କୁନାକୁ ।
ଝୋଳ ଟା ସୁଆଦ ଲାଗିଲା
କୁନା ଚାଟିଚୁଟି ଖାଇଲା ।
ବିରାଡ଼ି ଦୁଃଖରେ ଶୋଇଲା
ମ୍ୟାଉଁ ମ୍ୟାଉଁ କାନ୍ଦିଲା ।
ବିଲେଇ ନଥିଲା ଗଛରେ
କୁନା ଭାବୁଥିଲା ମନରେ
ତାଳିଟେ ମାରିଲା ଖୁସିରେ ।


ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ
ଫୋନ୍ - ୯୧୦୮୩୩୦୭୪୪

ଲେଖା ସମ୍ପର୍କୀୟ ମତାମତ

ଡଃ ବିଜୟା ପାତ୍ର

01-08-2024 / 10:27:13

ପ୍ରଥମ ଦୁଇ ଧାଡି ମିଛରେ, ଗଛରେ, ଲେଖିଥିଲେ ବୋଧହୁଏ ଅଧିକ ଭଲ ହେଇଥାନ୍ତା। କବିତାର ଭାବ ଠିକ୍ ଅଛି। ଭଲ ଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion