ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବୃକ୍ଷ ବନ୍ଧୁ

ଲେଖା : ସ୍ୱର୍ଣ୍ଣଲତା ତ୍ରିପାଠୀ

ବନ୍ଧୁ ତ ବନ୍ଧୁ ଏମିତି ବନ୍ଧୁ
ଜଗତେ କେହି ନାହିଁ,
ତା ବିନା ଆମେ ବଞ୍ଚିବା ନାହିଁ
ପାରିବ ନାମ କହି ?
ଯୁଆଡ଼େ ଚାହଁ ସିଆଡେ ଦେଖ
ତାର ସବୁଜ ରୂପ,
ନାମଟି "ବୃକ୍ଷ" ସବୁରି ସାଙ୍ଗ
ଦାନ ଦିଏ ଅମାପ ।
ଫୁଲ ଫଳରେ ଭରା ହୋଇଲେ
ଜଗତ ଦିଶେ ଶୋଭା,
ଶୀତଳ ଛାଇ ପାଏ ବାଟୋଇ
ହୁଅଇ ମନ ଲୋଭା ।
ବାୟୁରୁ ଶୋଷି ଅଙ୍ଗାରକ।ମ୍ଳ
ଛାଡେ ଅମଳଜ।ନ,
ବଞ୍ଚିବା ଲାଗି ଜୀବଜଗତ
ପବନ ବିଶୋଧନ ।
ତା ବିନା କେବେ ଧରଣୀ ଧାମେ
ହେବନି ବର୍ଷା ଜମା,
ନ କ।ଟ ନର ଆଦର କର
ଦୋଷୀକୁ ଦିଅ କ୍ଷମା ।
ବୃକ୍ଷ ରୋପଣ ମହପୁନିଅଁ
ବାଡି ବଗିଚା ଦେଖି,
ଗୋଟିକି ଗୋଟି ଯତନ କଲେ
ହେବ ଜୀବନ ସାଥୀ ।


ଅବସର ପ୍ରାପ୍ତ ମଣ୍ଡଳ ସହ - ଶିକ୍ଷାଧିକାରୀ ,ପୁରୀ ସଦର,ପୁରୀ ।

ଲେଖା ସମ୍ପର୍କୀୟ ମତାମତ

ସଂଯୁକ୍ତା ପରିଚ୍ଛା

30-01-2024 / 14:48:27

ପରିବେଶ ଭିତ୍ତିକ କବିତା ବଢ଼ିଆ ହୋଇଛି ।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:42:53

ପରିବେଶ ସଚେତନ ଭିତ୍ତିକ ଲେଖା। ଭଲହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion