ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବରଷା ସକାଳ

ଲେଖା : ପ୍ରଶାନ୍ତ କୁମାର ଦାଶ

ଏଇତ ସକାଳ ଉଇଁଚି ସୁରୁଯ
ଫୁଟିଚି ଫୁଲ
କହିଲେଣି ଅଜା ନିଦୁଉଠି ପିଲେ
ବାହାରେ ବୁଲ ||

କାଉ କୁମ୍ଭାଟୁଆ କୁକୁଡ଼ା ବତକ
ଉଠିଲେ ରାବି
ନାହାଁନ୍ତି ଆକାଶେ ଜହ୍ନ ତାରାଫୁଲ
ଅଛନ୍ତି ରବି ||

ଖରା ଦିଶୁନାହିଁ ଆକାଶୁ ଖସୁଛି
ବରଷା ଧାରା
ବିଛେଇ ପଡୁଛି ବରଷାର ଜଳ
ଗହୀର ସାରା ||

ଜଳଦେଖି ଖୁସି ଚାଷୀଦିଏ ହସି
କରଇ ଚାଷ
କଅଁଳିଗଲାଣି ମାଟିର ଛାତିରେ
ଝାଉଁଳା ଘାସ ||

ବରଷାରେ ଭିଜି ଯାଏ ପାଠଶାଳା
ତଥାପି କୁନା
ଆଶା ସେ ସଞ୍ଚିଛି ହେବ ଭଲଚାଟ
ହେଵତ ସୁନା ||

ପୋଖରୀ ପାଟରେ ପୁରୀଉଠିଲାଣି
ଗୋଳିଆ ପାଣି
ଫକ ଫକ ଡିଏଁ ବରଷାକୁ ଦେଖି
ବେଙ୍ଗୁଲୀ ରାଣୀ ||

ଆଲୋକ ମହକ ବିତରଇ ଆସି
ସକାଳ ହସି
ଗୀତଗାଏ ପକ୍ଷୀ ସକାଳକୁ ଦେଖି
ଗଛରେ ବସି ||

ବରଷା ଋତୁର ସକାଳ ଥରାଏ
ଦେହକୁ ଆସି
ଲୁଚାଇ ରଖଇ ସୁରୁଜକୁ ମେଘ
ଆକାଶେ ଭାସି ||

ବରଷା ଛାଡିଲେ ସୁଖପରି ଖରା
ଧରାକୁ ଖସେ
ଖରାପାଇ ଗାଆଁ ସହର ନଅର
ପଲ୍ଲୀ ବି ହସେ ||



କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
ଫୋନ -9668822190

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-08-2024 / 20:09:52

ବର୍ଷା କାଳର ବର୍ଣ୍ଣନା ସୁନ୍ଦର ହୋଇଛି। କବିତାଟି ଭଲ ଲାଗିଲା।

ଡଃ ବିଜୟା ପାତ୍ର

01-08-2024 / 10:06:50

ବହୁତ ବଢିଆ ଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion