ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତାକ୍ ଧିନ୍ ଧା

ଲେଖା : ବୀରେନ୍ଦ୍ର ମହାନ୍ତି

ଝାଇଁକି ଝୁମ୍ପା
ଗୁଆଖୋଳପା
ଦୋଳିରେ ଝୁଲୁଛି
ଝୁମୁରୀ ଅପା
ଗୋଡରେ ନାଇଛି
ଖୋଳପା ଯୋତା
ନାଲି ଅଳତା। ୧
ଧାଇଁକିଡିକି
ଧାଇଁ କଡିକି
ଝୁମୁରୀ ଯାଇନି
ପାଠ ପଢିକି
ଠୁକୁ ଠୁକୁ ଚାଲେ
ବାଡିକୁ ଧରି
ବାଜେ ଘାଗୁଡ଼ି। ୨
ଧୁଙ୍ଗୁ ଧାଙ୍ଗୁଡି
ଧୁଙ୍ଗୁ ଧାଙ୍ଗୁଡି
ଝୁମୁରୀ ଖେଳୁଛି
ଡାଳ ମାଙ୍କୁଡ଼ି
ଟିଣ ଢାଏଁ ଢାଏଁ
ପିଲାଙ୍କ ତାଳି
ଭାରି ଗହଳି। ୩
ଉଦୁ ଉଦୁମା
ତାଳ ଗୋଟମା
ଗୋଡ ହାତ କିଛି
ହଉନି ଜମା
ପାଣିରେ ପହଁରି
ବାଲିରେ କୁଦା
ତାକ୍ ଧିନ୍ ଧା। ୪
ଚୁନୁରୁ ମୁନୁ ରୁ
ଖଇର କାତି
ଝୁମୁରୀ ର ନାହିଁ
ଜାତି ଅଜାତି
ସଭିଙ୍କର ସେତ
ଆଦର ମଣି
ଝୁମୁରୀ ରାଣୀ। ୫


ନୀଳ ଚକ୍ର ନଗର, ପୁରୀ ୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ

ସୁସ୍ମିତା ପଟେଲ

08-08-2024 / 13:08:15

ବହୁତ ସୁନ୍ଦର କବିତା

ହଂସନାଥ ମୁଦୁଲି

02-08-2024 / 20:57:18

ସୁନ୍ଦର।

ଜୟକୃଷ୍ଣ ସାହୁ

01-08-2024 / 22:14:17

ପିଲାଙ୍କ ମନୁକୁ ଛୁଇଁଲା ଭଳିଆ କବିତା। ବହୁତ ଭଲଲାଗିଲା।

ଧନଞ୍ଜୟ ସ୍ୱାଇଁ

01-08-2024 / 13:38:29

ଅତି ସୁନ୍ଦର

ଡଃ ବିଜୟା ପାତ୍ର

01-08-2024 / 10:03:34

ଭଲ ଲାଗିଲା। ଢଗଢମାଳି ଷ୍ଟାଇଲ ରେ ଟିକେ ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion