ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କୁନ୍ ମୁନ୍ ଚଢେଇ

ଲେଖା : ଵୀରେନ୍ଦ୍ର ମହାନ୍ତି

କୁନ୍ ମୁନ୍ ଚଢେଇ ।
ଟିକି ଡେଣା ବାଡେଇ ॥
ଖେଳୁଥାଏ ଗଛରେ ।
ଯାଏ ମାଆ ପଛରେ॥
ଟିକି ଟିକି ଥଣ୍ଟରେ ।
ରାବୁ ଥାଏ ଆଣ୍ଟରେ ॥
ମା ଆଡେ ଅନେଇ ।
କଥା କୁହେ ଖନେଇ ॥
ମାଆ ଦେଲେ ଖୁଆଇ ।
ଆଖି ବୁଜି ଶୁଅଇ ॥
ଟିକି ଡେଣା ବଢାଇ ।
ପଡି ଉଠି ଉଡଇ॥
ନିତି ନିତି ଅଭ୍ୟାସେ ।
ଟିକି ଚଢେଇଟି ଦିନେ ଉଡେ ନୀଳ ଆକାଶେ ।

ନୀଳଚକ୍ର ନଗର ,ପୁରୀ

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 18:47:21

ଵିରେନ୍ଦ୍ର କବିତା ମନକୁ ନିଶ୍ଚୟ ଛୁଇଁଵ ଏଥରେ ସନ୍ଧେହ ନାହଁ।

ସତ୍ୟନାରାୟଣ ମିଶ୍ର

02-02-2024 / 19:53:04

କବିତାଟି ବେଶ ହୃଦୟସ୍ପର୍ଶୀ ହୋଇଛି।

ସଂଯୁକ୍ତା ପରିଚ୍ଛା

30-01-2024 / 14:28:22

ସୁନ୍ଦର କବିତାଟିଏ ।ଭଲ ଲାଗିଲା ।

ହରିହର ଶୁକ୍ଳ

30-01-2024 / 00:20:50

ବଢି଼ଆ ଶିଶୁକବିତା। ଛୋଟିଆ ବପୁ, ବିରାଟ ଭାବ!

ହରିପ୍ରିୟା ପଟ୍ଟନାୟକ

29-01-2024 / 18:40:39

Short,sweet and simple. ବହୁତ ସୁନ୍ଦର ହେଇଛି କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion