ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଟପର ଟପର ମେଘ ବରଷିଲା

ଲେଖା : ଧୀରେନ ମିଶ୍ର

ଟପର ଟପର ମେଘ ବରଷିଲା
ଓଳିତଳେ ଗଲା ପାଣି
କଟର କଟର ବେଙ୍ଗୁଲୀ ଡାକିଲା
ଦେଖି ବେଙ୍ଗ ରାଜା ଠାଣି ।
ଫୁକୁଲୁ ଫୁକୁଲୁ ଡେଇଁ ଡେଇଁ ଆସି
ପହଞ୍ଚିଲା ସାରୁ ମୂଳେ
ଧଣ୍ଡିଆ ଦୂରରୁ ଦେଖି ବେଙ୍ଗୁଲୀ କୁ
ଛପିଗଲା ପାଣି କୂଳେ ।
ବେଙ୍ଗ ଓ ବେଙ୍ଗୁଲୀ ବସି
କଥାହେଲେ ହସିହସି
ନେଉଳ ବାପୁଡା ସେଇବାଟେ ଗଲା
ଧଣ୍ଡ ପଳାଇଲା ଖସି ।



ଶୁଶୁଡା, ଅନୁଗୋଳ
ମୋ- 7978087891

ଲେଖା ସମ୍ପର୍କୀୟ ମତାମତ

Dinabandhu Poi

03-09-2024 / 14:45:30

ଭାରି ଭଲ ଲାଗିଲା, ଶୁଭେଛା

ପ୍ରଶାନ୍ତ କୁମାର ଦାଶ

03-09-2024 / 13:18:14

ବହୁତ ବଢିଆ କବିତା ଧନ୍ୟବାଦ ଧିରେନ ବାବୁ

କୀର୍ତ୍ତନ ସାହୁ

01-09-2024 / 12:46:55

ସୁନ୍ଦର ଲେଖା ।

ଅନନ୍ତ କୁମାର ସେନାପତି

01-09-2024 / 10:04:06

ଛୋଟ ହେଲେ ବି ଚମତ୍କାର

କବିଜ୍ୟୋତି ନିରଞ୍ଜନ ପତି

01-09-2024 / 08:53:10

ଛୋଟ ଲେଖା ହେଲେ ବି ମନଛୁଆଁ। ଅଭିନନ୍ଦନ କବି। ଜୟ ଜଗନ୍ନାଥ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion