ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଇତି, ତୁମର ଜେରୀ

ଲେଖା : ଡ.ବିଜୟା ପାତ୍ର

ଟମ୍ ଅଂକଲ୍ , ତୁମେ ଭାରି ଭଲ
ସବୁବେଳେ ଖାଲି ମନେପଡ
ତୁମ ଘରର ସେ କ୍ଷୀର ଛେନା
ଖୋଜିଲେ ବି କେଉଁଠି ମିଳେନା।

ମାଛ ଭଜା କେଡେ ସୁଆଦିଆ
ମୋ ମନ ଯେ ଖୋଜୁଥାଏ ତାହା
ଚିକେନ, ଶୁଖୁଆ ଭଜା ଖାଇ
ଭୁଲି କି ପାରିଛି କୁହ, କେହି?

ଭାବି ଅଛି ମୁହିଁ, ମନେ ମୋର
ବୁଲିଯିବି ଦିନେ ତୁମ ଘର
ରାନ୍ଧି ଥିବେ ଯାହା ଟିମି ଆଣ୍ଟି
ଖାଇବା ମିଶିକି ବାଣ୍ଟିକୁଣ୍ଟି।

ଶୁଣିଛି, ଆଣିଛ ନୂଆ ଗାଡି
ବୁଲିବା ସେଥିରେ ଦୁହେଁ ଚଢି
ସମୟ ପାଇଲେ ଟିକେ ଖାଲି
ଡୋନାଲ୍ଡ ଘରକୁ ଯିବା ବୁଲି।

ଫେରି ଆସିବା ଯେ ସଂଜ ସୁଦ୍ଧା
ନହେଲେ ହୋଇବ ଅସୁବିଧା
ଟିମି ଆଣ୍ଟି ରାଗି ଥରହର
ଫୋନ୍ କରିବେ ବାରମ୍ବାର।

ସିଏ ଯଦି କେବେ ରାଗିଯିବେ
ରୋଷେଇ କରିବ କିଏ ତେବେ
ତେଣୁ, ରଖ ତାଂକୁ ଖୁସି କରି
ରହୁଛି,
ଇତି, ମୁଁ ତୁମ ଜେରୀ।



କୋଟିତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦-୧୪୩୨୨

ଲେଖା ସମ୍ପର୍କୀୟ ମତାମତ

ପ୍ରଶାନ୍ତ କୁମାର ଦାଶ

03-09-2024 / 13:15:45

ବହୁତ ସୁନ୍ଦର କବିତା ବିଜୟା ନାନୀ ଧନ୍ୟବାଦ ଓ ନମସ୍କାର ତମର ସବୁ ଚମତ୍କାର

ଅନନ୍ତ କୁମାର ସେନାପତି

01-09-2024 / 10:02:05

ବହୁତ ସୁନ୍ଦର କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion