ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କହିଲାଣି ହସି

ଲେଖା : ଧ୍ରୁବ ଚରଣ ଘିବେଲା

କହିଲାଣି ହସି ମୁହିଁ ରହିଅଛି
ଶରତରେ ବାଟେ ଘାଟେ
ଶ୍ରାବଣ ଶେଷରେ ଶାଗୁଆ ଦେହରେ
ଶୋଭା ପାଇ ମୁଁ ପ୍ରକଟେ ।
ଆକାଶରେ ଧଳା ବସା ମେଘମାଳା
ଶୋଭା ପାଆନ୍ତି ଯେମିତି
ମାଟି ଛାତି ପରେ ଏଠାରେ ସେଠାରେ
ଶୋଭା ବାଢ଼େ ମୁଁ ସେମିତି ।
ସ୍ୱଚ୍ଛତା ପାଇଁ କି ଜଗତରେ ଜଣା
ଭୁଦ ଅଶିଣର ଶରତ
ଯହିଁ ଦେଖ ତହିଁ ଶୋଭା ପରକାଶି
ହସୁଥାଏ ସାରା ଜଗତ ।
ସ୍ୱଚ୍ଛତା ବାରତା ବାଢ଼େ ମରତରେ
ଜଳ ସ୍ଥଳ ନିରିମଳ
ଶରତରେ ନଈ ନାଳ ଜଳ ସ୍ୱଚ୍ଛ
ଗାଡ଼ିଆରେ ଶୋହେ କମଳ ।
ସ୍ୱଚ୍ଛ ପରିବେଶେ ସୁନ୍ଦର ସନ୍ଦେଶ
ବାଣ୍ଟିଥାଏ ପୁଣି କାଶ
ସଫା ରହି ରଖ ପରିବେଶ ସ୍ୱଚ୍ଛ
କାଶ ପ୍ରାୟେ ହସ ହସ ।
ଶରତର ଶୀରି ମୁଁ କାଶ ସୁନ୍ଦରୀ
ଶରତରେ ବାଢ଼େ ଶୋଭା
ଆସିବେଟି ମାଆ ଦଶଭୁଜା ଦୁର୍ଗା
ବଢ଼ାଇ ମରତ ଆଭା ।
ମାଆଙ୍କ ଚାମର ସେବାରେ ରହିବି
ମାଆଙ୍କର ଆଗମନେ
ଆଶିଷ ଢାଳିବେ ଭକତ ଲଭିବେ
ଦିବ୍ୟ ଅନୁଭବ ପ୍ରାଣେ ।



ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion