ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଭାଲୁ ନାଚିଲା

ଲେଖା : ଡକ୍ଟର ଅରୁଣ କୁମାର ପଣ୍ଡା

ଠେକୁଆ କହିଲା “ଭାଲୁ ଭାଇନା!
କୁଆଡ଼େ ଯାଉଛ ଟିକେ ରୁହନା ।
ଥେଇ ଥେଇ କରି ଘଡ଼ିଏ ନାଚ
ଦୁଲୁକି ଉଠୁ ଏ ବଣର ମଞ୍ଚ ।”
ହସି ହସି ବେଗେ କହିଲା ଭାଲୁ
“ଭାବିଛୁ କି ମୋତେ ଏଡ଼ିକି ଓଲୁ!
ବିନା ପଇସାରେ ହୁଏ କି ନାଚ
ବୁଝି ଆ` ଯାଇ ସତ କି ମିଛ ।”
ପଇସା-କଉଡ଼ି ମୋ ପାଖେ ନାହିଁ
କହିଲା – ଠେକୁଆ ଦୁଃଖରେ ଚାହିଁ
ନେବୁ ଯଦି ନେ` ରଖିଛି କୋଳି
ତୋ` ପାଇଁ ଆଣିଛି ଗଛରୁ ତୋଳି ।
ନାଲି ଟହଟହ କୋଳିକୁ ଦେଖି
ଭାଲୁ ପାଦ ସେଠି ରହିଲା ଲାଖି
ତାକ୍ ଧିନାଧିନ କରିଲା ନାଚ
ଭାବିଲାନି ସିଏ ଆଗ କି ପଛ ।


ସା./ପୋ. - ତୋଟାପଡ଼ା, ଭାୟା - ଘଣ୍ଟେଶ୍ୱର,
ଜିଲ୍ଲା - ଭଦ୍ରକ-୭୫୬୧୨୯, ମୋ. : ୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ

ମନୋରମା ମିଶ୍ର...

02-09-2024 / 17:15:28

ଭଲ ଲାଗିଲା କବିତାଟି

ଶଶୀକାନ୍ତ ପଲାଇ

02-09-2024 / 11:30:46

ସୁନ୍ଦର ପ୍ରୟାସ

ଅନନ୍ତ କୁମାର ସେନାପତି

01-09-2024 / 09:55:25

ଅତି ସୁନ୍ଦର କବିତା । ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion