ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବଣରାଇଜ କଥା

ଲେଖା : ଶ୍ରୀ କୁଞ୍ଜ ବିହାରୀ ସାହୁ

କୁକୁର ଦଳେ ଭୁକିଲେ ଭୋ..
ଥରିଲା ଗଞ୍ଜା ଦିହ
କଣ୍ଟାଝଣ୍ଟାରେ ଧାଉଛି ବେଗି
ତଳକୁ କରି ମୁହଁ ।

ବିଲୁଆ କଲା ହୁକେ..ହୋ ରଡ଼ି
ଆଖୁବାଡ଼ିରେ ପଶି,
ଜାଣିପାରିଲେ ଠେକୁଆମାନେ 
ପଳେଇଗଲେ ଖସି ।

ଗରଜିଦେଲା ଚିତାବାଘଟି
ଗଛ ଉହାଡ଼େ ଲୁଚି
ତରକା ହୋଇ ମାଈ ହରିଣ 
ସହଳେ ଗଲା ଘୁଞ୍ଚି । 

ନେଉଳ ଦେଖି ଚଗଲା ସାପ
ଟେକିଲା ତାର ଫଣା,
କୁଆଡ଼େ ଯିବ ପାଉନି ବାଟ
ହୋଇଲା ବାଟବଣା ।

ବଣଭିତରେ ରହନ୍ତି ପଶୁ
ଥରୁଟେ ରାଗିଗଲେ,
କେହି କାହାକୁ ନ ପାରି ବୁଝି
ମରାମରିରେ ମଲେ ।

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-01-2024 / 18:38:17

ଭଲହେଇଛି କବିତାଟି।

ଶିବ ପ୍ରସାଦ ସାହୁ

29-01-2024 / 12:58:55

ବହୁତ ବଢିଆ ବହୁତ ବଢିଆ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion