ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପିଲାଦିନ ସ୍ମୃତିଚିହ୍ନ

ଲେଖା : ପ୍ରଶାନ୍ତ କୁମାର ଦାଶ

ନଥାଏ ମନେ ଚିନ୍ତାକି ଦକ
ଖେଳରେ ବିତେ ଦିନ
ସବୁଠୁ ଭଲ ପିଲାଦିନତ
ଆଜି ସ୍ମୃତିର ଚିହ୍ନ ।

ପିଲାଦିନର ଅଭୁଲା ଛବି
ଭୁଲି ହୁଏନି ମନୁ
ଥିଲା ଓଠରେ ହସର ମହୁ
ସୁନ୍ଦର ସେଇ ତନୁ ।

ବାଲି ଧୂଳିରେ ତିଆରି ଘର
ମିଛି ମିଛିକା ଖେଳ
ହସ ଖୁସିରେ ସକାଳ ସଞ୍ଜ
କଟୁଥିଲାତ ବେଳ ।

ପାଠ ପଢିବା ଆକଟ କେବେ
ନଥିଲା ପିଲାବେଳେ
କାଗଜଡ଼ଙ୍ଗା ଭସାଉଥିଲୁ
ସାଥୀ ପିଲାଙ୍କ ମେଳେ ।

ଜଣେତ ହୁଏ ଗାଆଁଦାଣ୍ଡରେ
ମିଛି ମିଛିକା ରାଜା
ସାଥୀପିଲାତ ମିଳି ମିଶିକି
ବଜାନ୍ତି ବସି ବାଜା ।

ଆଉଜଣେତ ହୁଅଇ ରଣୀ
ମନକୁ ନିଏ କିଣି
ପିଲାଦିନର ଅଭୁଲା ଖେଳ
ମରମ ଯାଏ ଜିଣି ।

ଆକଟ ଛାଟ ବିନାଦଣ୍ଡରେ
ପିଲାଦିନତ କଟେ
ଅଭୁଲା ଯେତେ ଘଟଣା ସବୁ
ପିଲାଦିନରେ ଘଟେ ।

ପିଲାଦିନକୁ ଖୋଜିଲେ ଯେତେ
ମିଳଇନାହିଁ ସିଏ
ମନେପଡିଲେ ମନମରମେ
ଖାଲିସେ ଦୁଃଖଦିଏ ।


କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
Mobile -9668822190

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion