ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମାଟି ମାଆ

ଲେଖା : ବସିରନ୍ ବିବି

ଆକାଶ,ସୂରୁଯ ସବୁ ତ ଉଚ୍ଚରେ
ହାତ ମୋର ପାଏ ନାହିଁ ।
ଗୋଟିଏ ଦରବ ପାଖରେ ଅଛି ମୋ`
ମାଟି ମାଆ ପରା ସେହି ।
ସହିଥାଏ ମୋର ଅଳି ଅରଦଳି
ଜନମୁ ମରଣ ଯାଏ ।
ଯେବେ ଯା` ମାଗଇ ଉଦାର ଚିତରେ
ସବୁ ମୋତେ ଦେଇଥାଏ ।
ଜନମ କାଳରେ ପଡ଼ି ତା`ର କୋଳେ
କାନ୍ଦୁଥିଲି କୁଆଁ କୁଆଁ ।
ମାଆ ତା` କୋଳକୁ ତୋଳି ନେବା ଆଗୁ
ଧରିଥିଲା ମାଟି ମାଆ ।
ଶଇଶବ କାଳେ, ହସକାନ୍ଦ ଛଳେ
ପିଟିଛି ତା`ବୁକେ ପାଦ ।
ତୋଳି ଧରିଥିଲା କେତେ ସରାଗରେ଼
ମନେ ନବହି ସେ ଖେଦ ।
ପେଟେଇ , ଗୁରୁଣ୍ଡି , ଉଠି ପଡି କେତେ
ଶିଖିଛି ତା` ଦେହେ ଚାଲି ।
ଧାଇଁ ଯାଉଯାଉ ଝୁଣ୍ଟି ପଡୁଥିଲି
କୋଳେ ନେଉଥିଲା ତୋଳି।
କେତେ ଯେ ଦୂଷିତ କରିଛି ତାହାକୁ
ଦେଇନାହିଁ ଦୂରେ ଠେଲି ।
ସହିଷ୍ନୁତା ଗୁଣେ ଜଗତେ କେ` ଅଛି
ହେବ ମାଟି ମାଆ ସରି !
ବଞ୍ଚାଇଛି ମୋତେ ଦେଇ ଖାଦ୍ୟଜଳ
ଆଶ୍ରୟ ଦେଇ ତା କୋଳେ ।
ସରଗରୁ ବଡ଼ ମାଟି ମାଆ ପଦେ
କୋଟିଏ ପ୍ରଣତି ଢାଳେ ।

ନୟାଗଡ଼
ଦୂରଭାଷ-୯୪୩୭୪୮୪୭୮୬

ଲେଖା ସମ୍ପର୍କୀୟ ମତାମତ

ମନୋରମା ମିଶ୍ର...

02-09-2024 / 17:11:57

ବାଃ.ସୁଂଦର ରଚନା...

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion