ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବିଲେଇ ନାନୀ

ଲେଖା : ଅନନ୍ତ କୁମାର ସେନାପତି

ସକାଳୁ ପହରୁ ବିଲେଇ ନାନୀଟି
ହେଉଛି ନସର ପସର,
ଅବୁଝା ମନକୁ ରଖିପାରେ ସିଏ
ସବୁବେଳେ ନିଜ ବଶର ।

ଜେଜେମା ଗୋଡ଼ରେ ନେସି ଘଷି ହୁଏ
ଶରଧା ଟିକିଏ ପାଇଁ କି,
ଯେଉଁଠି ଥିଲେ ବି ଡାକିଦେଲେ ପୁଷି
ସଙ୍ଗେ ସଙ୍ଗେ ଆସେ ଧାଇଁ କି ।

କାହାରି କିଛି ସେ କରେ ନାହିଁ କ୍ଷତି
ବହୁ ଦିନ ହେଲା ରହୁଛି,
ମୂଷା ଦେଖିଦେଲେ କାଟିବୁନି କିଛି
ବୁଝାଇ ସୁଝାଇ କହୁଛି ।

ଦେହଟା ତାହାର ଧୋବ ଫରଫର
କଅଁଳ ଲାଗଇ ହାତକୁ,
କେବେ ଇଛା ହେଲେ ଖରା ପୁଇଁବାକୁ
ଚାଲିଯାଏ ଆମ ଛାତ କୁ ।

ମୁହଁ ଟା ତାହାର ବାଘ ପରି ସିନା
ସରଳ ପଣିଆ ଭିତରେ,
ସେ ସରଳ ପଣ ଯାହା ହୃଦେ ଅଛି
ଲଗାଇ ପାରିବ ହିତରେ ।

ପୁନେଇ ପରବ ଜନମ ଦିନରେ
ଭାରି ଖୁସି ଆମ ବିଲେଇ,
ଯାହା ଦେଇଦିଅ ହରଷ ମନରେ
ଖାଏ ସେ କଳେଇ କଳେଇ ।

ଆମେ ସିନା ଡରୁ କେବେ ତ କେଉଁଠି
କରି ନାହିଁ ଦିନେ ଅଳିଆ,
ହେଉ ପଛେ ପଶୁ ସିନେହ ରେ ବନ୍ଧା
ରହେ ପୁଅ ଝିଅ ଭଳିଆ ।

ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର
ସୁନ୍ଦରଗଡ଼ । ଫୋନ ନଂ 7008304225

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

01-09-2024 / 12:21:40

ବଢିଆ ଲାଗିଲା। ଧନ୍ଯବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion