ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଖରାପ ଭାବନାର ଫଳ

ଲେଖା : ଶୁଭନାରାୟଣ ଶତପଥୀ

ଗୋଟିଏ ଜଙ୍ଗଲରେ ଭାବବିଲ୍ୱ ନାମରେ ଏକ ବଣଭୂଆ ଥାଏ । ବଣଭୁଆଟି ଭାରି ଚତୁର । କିନ୍ତୁ ସେ କାହାରି ଅନିଷ୍ଟ କରେ ନାହିଁ । ସବୁବେଳେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରେ । ପରକୁ ଆପଣା ଭାବି ସାହାଯ୍ୟ କରେ । କେହି ଅସୁବିଧାରେ ପଡିଲେ ଧଇଁଯାଏ ତାକୁ ଉଦ୍ଧାର କରିବାକୁ । ଏଣୁ ଜଙ୍ଗଲ ଭିତରେ ବଣଭୁଆର ପ୍ରାୟତଃ ଶତ୍ରୁ କେହି ନଥାନ୍ତି । ଏଣୁ କାହାର କଳି ଲାଗିଲେ ସେ ବଣଭୁଆକୁ ମଧ୍ୟସ୍ଥି ଭାବରେ ଖୋଜନ୍ତି ।
ଥରେ ବାଘ ଓ ବିଲୁଆର କଳି ଲାଗିଲା । କାରଣ ହେଉଛି ବାଘର ମନମାନି । ବାଘ ବଳୁଆ ବୋଲି ଜଙ୍ଗଲର ପଶୁପାକ୍ଷୀଙ୍କ ଉପରେ ଅତ୍ୟାଚାର କରେ । ସେମାନଙ୍କୁ ମାରି ଖାଇଦିଏ । ସେଥିପାଇଁ ବିଲୁଆ ପ୍ରତିବାଦ କରେ । ଏଥର ବିଲୁଆ ବଣଭୂଆ ଭାବବିଲ୍ୱ ସହିତ ଦେଖା ହୋଇ ସବୁ କଥା କହିଲା । ଭାବବିଲ୍ୱ କହିଲା ବିଲୁଆନନା ତୁମେ ଠିକ କହୁଛଯେ, ତେବେ ମୁଁ କାଲି ବାଘମାମୁ ସହିତ କଥାବାର୍ତା ହୁଏ, ତାପରେ ଦେଖିବା କଣ ହେଉଛି । ବିଲୁଆନନା ନିଶ୍ଚିତ ହୋଇଗଲେ ଯେ, ଏଥର କିଛିଗୋଟେ ହେବ । ଭାବବିଲ୍ୱର କଥା ବାଘମାମୁ ନିଶ୍ଚୟ ଶୁଣିବ । ତହିଁ ଆରଦିନ ଭାବବିଲ୍ୱ ଗଲା ବାଘମାମୁ ପାଖକୁ । ବାଘମାମୁ ବି ଭାବବିଲ୍ୱକୁ ଜାଣିଛି ଓ ତା ବିଷୟରେ ଶୁଣିଛି । ଏଣୁ ତାକୁ ସମ୍ମାନର ସହ ତାର ଗୁମ୍ଫା ଭିତରକୁ ପାଛୋଟି ନେଲା । ଏଥର ଭାବବିଲ୍ୱ ସବୁକଥା କହିବା ପରେ ବାଘମାମୁ କହିଲା, ମୁଁ ଯଦି ମୋର ଶକ୍ତି ଅନ୍ୟ ପଶୁପକ୍ଷୀଙ୍କ ଉପରେ ପ୍ରଦର୍ଶନ ନ କରିବି ତେବେ ସେମାନେ କଣ ମୋତେ ମାନିବେ? ଭାବବିଲ୍ୱ କହିଲା, ଆପଣ ବଳଶାଳୀ, ଆପଣ ଚାହିଁଲେ ମୋତେ ଏବେ ମାରିଦେଇପାରିବେ । ତଥାପି ମୁଁ ଆପଣଙ୍କ ନିକଟକୁ ଏକ ଉତ୍ତମ ଭାବନା ନେଇ ଆସିଛି, ଯେମିତି ସବୁ ପଶୁପକ୍ଷୀମାନେ ଜଙ୍ଗଲରେ ଶାନ୍ତିରେ ରହିପାରିବେ । ବାଘମାମୁ ଏଥର କହିଲା, ଆରେ ହଁ ତ । ମୁଁ ଏକଥା ଭାବିପାରୁନି କାହିଁକି? ଭାବବିଲ୍ୱ ପଚାରିଲା, କଣ ଭାବିପାରୁନ ବାଘମାମୁ? ବାଘମାମୁ କହିଲା, ତୋତେ ତ ଖାଇଦେଲେ ମୋତେ ଆଉ କେହି କହିବାକୁ ନଥିବେ? ଏଥର ଭାବବିଲ୍ୱ ଟିକେ ହଡବଡେଇଗଲା । ସଙ୍ଗେସଙ୍ଗେ ସେ ଗୁମ୍ଫା ବାହାରକୁ ଚାଲି ଆସିଲା । ଭାବବିଲ୍ୱ ଉପରକୁ ବାଘମାମୁ ଝପଟି ଆସିଲା । ଏତିକିବେଳେ ଭାବବିଲ୍ୱ ଆଗରେ ଥିଲେ ବିଲୁଆନନା ଓ ଜଙ୍ଗଲର ସବୁପଶୁପକ୍ଷୀମାନେ । ବାଘମାମୁ ହଠାତ ଏମିତି ପରିସ୍ଥିତି ଦେଖି କେଉଁଆଡେ ପଳେଇଯିବାକୁ ବସିବା ବେଳକୁ ଜଙ୍ଗଲର ସବୁ ପଶୁପକ୍ଷୀ ବାଘମାମୁକୁ ଆକ୍ରମଣ କରିଦେଲେ । ବିଚରା ସବୁ ପଶୁପକ୍ଷୀଙ୍କ ଆକ୍ରମଣରେ ବାଘର କେବଳ ରକ୍ତଜୁଡୁବୁଡୁ କଙ୍କାଳ ପଡିଥିଲା । ଭାବବିଲ୍ୱକୁ ବିଲୁଆନନା କହୁଥିଲା, ଇଏ ହେଉଛି ଖରାପ ଭାବନାର ଫଳ ।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩

ଲେଖା ସମ୍ପର୍କୀୟ ମତାମତ

‍ମନୋରମା ମିଶ୍ର

02-09-2024 / 16:53:00

କ୍ଷୁଦ୍ର ଗଳ୍ପଟିଏ ସତ କିନ୍ତୁ ଶିଶଉପଯୋଗୀ ଗପଟିଏ...

ଡ. ବିଜୟା ପାତ୍ର।

01-09-2024 / 12:26:24

ବହୁତ ବଢିଆ ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion