ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି

ଲେଖା : ଦେବେନ୍ଦ୍ର ଚୌଧୁରୀ


ଗୁଡ଼ିରେ ଗୁଡ଼ି ଯା` ତୁ ଉଡ଼ି
ନୀଳ ଆକାଶ କୋଳେ
ନଟେଇ ଧରି ରହିଛି ଚାହିଁ
ତୋତେ ମୁଁ ଏ`ଠି ତଳେ ।


ଶୀତ ସକାଳ କଅଁଳ  ଖରା
ବହେ ଉତ୍ତରା ବାଆ ,
ଉଡ଼ିଉଡ଼ି ତୁ ଯା` ରେ ଛୁଇଁ 
ଜହ୍ନମାମୁର ଗାଆଁ ।


ତୋ` ପାଇଁ ଖିଆପିଆ ଯେତେ ଯା`
ଯାଇଛି ସବୁ ଭୁଲି,
 ତୋ` ଉଡାଣରେ ଖୁସିରେ ମୋର 
ଛାତିଟା ଉଠେ ଫୁଲି ।


ଏ ଶୀତେ ଆଉ ତୋ` ଠାରୁ ଭଲ
ମିତ ମୋ କେହି ନାହିଁ,
ନଟେଇରୁ ମୁଁ ସବୁ ସୂତାକୁ 
ଛାଡି ଦେଲି ତୋ` ପାଇଁ ।
***********

ଡି/୨୦୦, କୋଏଲନଗର
ରାଉରକେଲା -୧୪, ସୁନ୍ଦରଗଡ଼
ଦୂରଭାଷ:୯୪୩୭୧୦୫୪୪୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 18:43:38

ଭଲଲାଗିଲା।

ହରିହର ଶୁକ୍ଳ

29-01-2024 / 23:37:46

ଚମତ୍କାର ଶିଶୁକବିତା। ଆନ୍ତରିକ ଅଭିନନ୍ଦନ।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:36:31

ମନଛୁଆଁ କବିତା।

ପ୍ରବାସିନୀ ମିଶ୍ର

29-01-2024 / 12:24:03

ବହୁତ ସୁନ୍ଦର ପିଲାଙ୍କ ମନଛୁଆଁ

Harapriya Dwibedi

28-01-2024 / 10:48:12

ହୃଦୟସ୍ପର୍ଶୀ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion