ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମନେ ରଖ ଏମାନଙ୍କୁ

ଲେଖା : କବିଜ୍ୟୋତି ନିରଞ୍ଜନ ପତି

ଏମିତି ଅନେକ ମହାନ୍ ପୁରୁଷ
ଆମ ସମାଜରେ ଥିଲେ,
ନିଜ ନିଜ ଯଶ ଅବଦାନ ବଳେ
ଯୁଗ ବଦଳାଇ ଦେଲେ ।
ଗଣିତ ଶାସ୍ତ୍ରର ବଳିଷ୍ଠ ବ୍ୟକ୍ତିତ୍ବ
କିଏ ଥିଲେ ବୈଜ୍ଞାନିକ,
ଜ୍ୟୋତିର୍ବିଦ୍ ଭାବେ କିଏ ଗଣାଥିଲେ
କିଏ ପୁଣି ଦାର୍ଶନିକ ।
କପିଳ,କଣାଦ ଶ୍ରେଷ୍ଠ ଦାର୍ଶନିକ
ବୁଦ୍ଧିମାନ ସହ ବିଜ୍ଞ,
ଆୟୁର୍ବେଦାଚାର୍ଯ୍ୟ ସୁଶ୍ରୁତ ମହର୍ଷି
ଚିକିତ୍ସା ଶାସ୍ତ୍ର ରେ ପ୍ରାଜ୍ଞ ।
ଚରକ ମହର୍ଷି ଶ୍ରେଷ୍ଠ ଚିକିତ୍ସକ
ମୁଖ୍ୟ ଆୟୁର୍ବେଦାଚାର୍ଯ୍ୟ,
ବରାହ ମିହିର ଜ୍ଞାନୀ ଜ୍ୟୋତିର୍ବିଦ
ଅଟଳ ଅଚଳ ଧୈର୍ଯ୍ୟ ।
ଗଣିତଜ୍ଞ ଆଉ ଜ୍ୟୋତିଷ ଆଚାର୍ଯ୍ୟ
ଥିଲେ ତ ଭାସ୍କରାଚାର୍ଯ୍ୟ,
ନାଗାର୍ଜୁନ ପରା ରସାୟନବିତ୍
ପୁଣି ଆୟୁର୍ବେଦାଚାର୍ଯ୍ୟ ।
ବୈଦିକ ଯୁଗର ଋଷି ଭରଦ୍ୱାଜ
ଆର୍ଯ୍ୟଭଟ୍ଟ ଗଣିତଜ୍ଞ,
ଜଗଦୀଶ ଚନ୍ଦ୍ର ବୋଷ୍ ବୈଜ୍ଞାନିକ
ଉଦ୍ଭିଦ ବିଦ୍ୟାରେ ବିଜ୍ଞ ।
ଚନ୍ଦ୍ରଶେଖର ଭେଙ୍କଟରମଣ
ପଦାର୍ଥ ବିଜ୍ଞାନ ଗୁରୁ,
ରାମାନୁଜ ଥିଲେ ମୁଖ୍ୟ ଗଣିତଜ୍ଞ
ବୈଜ୍ଞାନିକ ମହାମେରୁ ।
ଏମାନେ ସଭିଏଁ ଆମ୍ଭ ସ୍ମରଣୀୟ
ମନେ ପକାଇବା ଆସ,
ତାଙ୍କ ଗୁଣ ଗୁଣି ଗୁରୁ ଭାବେ ମଣି
ବିତରିବା ଆମ ଯଶ ।

ସମ୍ପାଦକ, ମଧୁ ମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

Dinabandhu Poi

03-09-2024 / 14:49:06

ସମସ୍ତଙ୍କ ପାଇଁ ଶିକ୍ଷଣୀୟ , ଶୁଭେଛା ଭାଇ

ପ୍ରଶାନ୍ତ କୁମାର ଦାଶ

03-09-2024 / 13:13:20

ନିରଞ୍ଜନ ପତି ଭାଇନାଙ୍କ କବିତା ବହୁତ ଚମତ୍କାର ଧନ୍ୟବାଦ ଓ ନମସ୍କାର

ମନୋରମା ମିଶ୍ର

02-09-2024 / 16:45:31

ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ଉପାଦେୟ କବିତା...

ଧୀରେନ ମିଶ୍ର

01-09-2024 / 22:01:09

ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ଯକ୍ତି ବିଶେଷଙ୍କର ପରିଚୟ ପ୍ରଦାନ କବିଙ୍କର ଏକ ସୁନ୍ଦର ପ୍ରୟାସ। ତାଙ୍କର ଏହି ବାର୍ତ୍ତା ଶିଶୁମାନଙ୍କୁ ନିଶ୍ଚିତ ପ୍ରଭାବିତ କରିବ । କବିଙ୍କୁ ଅନେକ ପ୍ରଣାମ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion