ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଖୁସି ମନେ ଉଡ଼ି ବୁଲୁଥା `

ଲେଖା : ହରିହର ଶୁକ୍ଳ

ପବନ କହିଲା, ଫୁଲ ରେ
ତୁ ଝୁଲୁଥା`
ଫୁଲ କହିଲା, ପାଖୁଡ଼ା
ତୁ ଖୋଲୁଥା`
ପାଖୁଡ଼ା କହିଲା, ଭଅଁର-
ତୁ ଗୁଣୁଗୁଣୁ କରି
ଚାରିପଟେ ଘୂରି
ଖୁସି ମନେ ଉଡ଼ି ବୁଲୁଥା`।

ବରଷା କହିଲା, ସୁଅ ରେ
ତୁ ବହିଯା`
ସୁଅ କହିଲା, ନଈ ରେ
ତୁ ରହିଯା`
ନଈ କହିଲା, ପାଣି ରେ-
ତୁ କୁଳୁକୁଳୁ ହୋଇ
ମିଠା ଗୀତ ଗାଇ
କାହାଣୀ ତୋଅର କହିଯା`।

ମାଆ କହିଲେ, କୁନା ରେ
ତୁ ଖାଇଦେ`
କୁନା କହିଲା, ଗୀତଟେ
ତୁ ଗାଇଦେ`
ମାଆ ଗାଇଲେ, ଜହ୍ନ ରେ-
ତୁ ସରଗରୁ ଖସି
କୁନା ପାଖେ ବସି
ମୁଣ୍ଡେ ତା`ର ଟିକା ନାଇଦେ`।

ବି-୧୦/୧୪୫, କେନ୍ଦ୍ରୀୟ ବିହାର
ତମାଣ୍ଡୋ, ଭୁବନେଶ୍ବର-୨୮
ଭ୍ରାମ୍ଯଭାଷ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

ଲଷ୍ମୀକାନ୍ତ ଖୁଣ୍ଟିଆ

03-09-2024 / 13:13:50

ଲେଖାଟି ବହୁତ ଭଲ ହୋଇଛି

ଧୀରେନ ମିଶ୍ର

01-09-2024 / 22:03:35

ସୁନ୍ଦର ଶିଶୁ ମନଲାଖି କବିତାଟିଏ ।

ସୁଶ୍ରୀ ସବିତା ଭୋଇ

01-09-2024 / 20:43:27

ଶିଶୁ ମନଛୁଆଁ କବିତା ।

କୀର୍ତ୍ତନ ସାହୁ

01-09-2024 / 12:31:05

ପିଲାଙ୍କ ମନ ଛୁଆଁ ଲେଖା ।

ଧନଞ୍ଜୟ ସ୍ୱାଇଁ

01-09-2024 / 10:20:14

ଅତି ସୁନ୍ଦର, ଶିଶୁ ମନଲାଖି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion