ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପାଠ ଠାକୁର

ଲେଖା : ଦୀନବନ୍ଧୁ ପୋଇ

ହେ ପାଠ ଠାକୁର ଗଣେଶ
ପାର୍ବତୀଙ୍କର ସୁତ
ଭାଦ୍ରବ ଚତୁର୍ଥୀ ତିଥିରେ
ପାଳୁ ତୁମର ବ୍ରତ ।
ବିଦ୍ୟାଳୟେ ଛାତ୍ର ଛାତିରି
ସବୁ ହୋଇଣ ମେଳି
ଆସନେ ବସାଇ ତୁମକୁ
ଦେଉ ଦୀପାଳି ଜାଳି ।
ପାଠପାଇଁ ତୁମ ଚରଣେ
କେତେ ଗୁହାରି ହେଉ
ତୁମ ଭୋଗ ପାଇଁ ଗଛରୁ
ତୋଳି କାକୁଡି ଦେଉ ।
ତୁମ ମନ୍ତ୍ର ମୁଖେ ଗାଇଣ
ମାରୁ ହାତରେ ତାଳି
ପାଠରୁ ଟିକିଏ ନ ଦେଲେ
ଆମେ ଖାଇବୁ ଗାଳି |
ନାମ ବହିଛ ବିଘ୍ନେଶ୍ୱର
ବିଘ୍ନ କରିବ ଦୂର
ଦୁଇହାତ ଯୋଡି ମାଗୁଛୁ
ଦିଅ ଆମକୁ ବର ।

ଚ଼ରଣ ରେଣୁ ନିବାସ, ଗୋରଡ଼ା ପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ

Jayanta kumar Dash

03-09-2024 / 15:51:51

Kabinku bahuta dhanyabad,Ati sundar,

ଶଶୀକାନ୍ତ ପଲାଇ

03-09-2024 / 11:20:36

ସୁନ୍ଦର ଓ ସରଳ କବିତା

ଧୀରେନ ମିଶ୍ର

01-09-2024 / 22:05:45

ପିଲାମାନଙ୍କର ସରଳ ମନର ଭାବନା କବିତାରେ ବେଶ୍ ଉପଭୋଗ୍ୟ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion