ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରହିବନି କିଛି ବାଙ୍କ

ଲେଖା : କୀର୍ତ୍ତନ ସାହୁ

ଏଣୁତେଣୁ ଗୁଡେ କଥା ନ କହିକି
ଭଲ କଥା ପଦେ କୁହ
ଖରାପ ଗୁଣକୁ ଦୂରେ ଠେଲି ଦେଇ
ଶାନ୍ତିରେ ଟିକିଏ ରୁହ ।

ଅନ୍ୟ କିଏ କଲା ନ କଲା ନ ଦେଖି
ନିଜେ ଚାରା ରୋପି ଦିଅ
ଯେଉଁ ଚାରା ରୋପି ଦେଲ ସେ ଚାରାର
ଆଦରେ ଯତନ ନିଅ ।

ବେଶି ଗୁଡେ଼ କାମ ଖଣ୍ଡିଆ ନ କରି
ଗୋଟେ ଗୋଟେ କାମ କର
କାମଟି ସହଜ ହୋଇବା ପାଇଁକି
କାମରେ ମମତା ଭର ।

ଛୋଟ ଉଇ ଟିକେ ଟିକେ ମାଟି ନେଇ
ଦିଅନ୍ତି ସେ ହୁଙ୍କା ଗଢି
ଅଳପ ଅଳପ ପଢି ଆଗେଇଲେ
ଅଧିକ ପାରିବା ପଢି ।

ପିମ୍ପୁଡ଼ିଙ୍କୁ ଦେଖ ଧାଡ଼ି କରି ସିଏ
ଯାଆନ୍ତି କାମରେ ତାଙ୍କ
ଶୃଙ୍ଖଳାରେ କାମ କଲେ ଶୀଘ୍ର ହେବ
ରହିବନି କିଛି ବାଙ୍କ ।

ବୁଝି ଶୁଝି ଠିକ ଭାବେ କରୁଥିଲେ
କାମ ତ ସହଜ ହୁଏ
ଖୁସିର ମହକ ଛୁଟି ଆସେ ଯେବେ
ସଫଳତା ହୃଦ ଛୁଏଁ।


ମିଶ୍ର କଲୋନୀ
ଶାଳପଡ଼ା, କେନ୍ଦୁଝର
ଦୂରଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion