ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କୁଆଡେ ଥିଲୁ

ଲେଖା : ରଘୁନନ୍ଦନ ମହାପାତ୍ର

ସକାଳ ହେଲେ ଗାଆଁ କୁ ଆସି
ହୁଁ ଙ୍କାର କରୁଥିଲୁ
ଚାଳ ଉପରେ ଧାଆଁ ଧପଡ଼
ଡିଆଁ ଟା ମାରୁଥିଲୁ।
ଦେଖିଛି ତୋତେ ବଡ଼ି ସକାଳୁ
ଆମ ବାଡ଼ିରେ ପଶି
ଦାନ୍ତ ଦେଖାଇ ମନ ଖୁସିରେ
ଖାଉ ପିଜୁଳି କଷି।
ଦେଖିଛି ତୋତେ ଅନେକ ଥର
ଝରକା ଦେଇ ଚାହୁଁ
ମୋ ପଢା ଘର ଆଖି ବୁଲାଇ
ମୋତେ ଖତେଇ ହଉ।
ତୋ ସହ ପାତି ହୋଇଛି ଦେଖା
ଅନେକ ଦିନ ପରେ
ପାତିମାଙ୍କଡ ଖାଆ କଦଳୀ
ଦାନ୍ତ ନିକୁଟି ଥରେ।


ଲେଖା ସମ୍ପର୍କୀୟ ମତାମତ

ଲକ୍ଷ୍ମୀକାନ୍ତ ଦଳେଇ

01-10-2024 / 09:43:49

ବହୁତ ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion