ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଏ ତ ମାସ ଭୋଦୁଅ

ଲେଖା : ପ୍ରଭାତ ନଳିନୀ ସାହୁ

ଭୋଦୁଅର ଆକାଶେ
ଭସା ବାଦଲ ଭାସେ
କଳା ପଣତ ଦୂରେଇ
ନୀଳ ରଙ୍ଗ ପ୍ରକାଶେ।
ବଉଦର ଫାଙ୍କରେ
ରବି ସୁନା ରଙ୍ଗରେ
କନକ ବରନ ଧରା
ଫୁଲ ଫଳ ସାଙ୍ଗରେ।
ଶେଫାଳିଟି ଫୁଟିଲା
ମହକ ତା ଛୁଟିଲା
ଚଉଁରା ମୂଳେ ରଙ୍ଗଣୀ
ରଙ୍ଗ ରୂପ ଫିଟିଲା।
ଜହ୍ନିଫୁଲ ବାଡିରେ
ହାଟ ବସେ ଧାଡିରେ
ଟୁବି ଗଡିଆ ଜଳରେ
ଝୁଲେ କଇଁ କଢି ରେ।
ଏ ତ ମାସ ଭୋଦୁଅ
ନାହିଁ କାହିଁ କାଦୁଅ
ସରୋବରେ ହସିହସି
ନାଚିଲେଣି ପଦୁଅଁ।
କେତେ ପର୍ବ ପୂନେଇଁ
ଆସେ ସବୁ ଘନେଇ
ଗଜାନନ,ଭାଲୁକୁଣୀ
ଓଷା ଦିଏ ମଜେଇ।


ପାଣ୍ଡବ ନଗର
ଭୁବନେଶ୍ବର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion