ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କଦଳୀ

ଲେଖା : ଜିତେନ୍ଦ୍ର ଚନ୍ଦ୍ର ସାହୁ

କଦଳୀର ଭଜା ଲାଗେ ବଡ଼ ମଜା
ଖାଦ୍ୟ ସଙ୍ଗେ ରହିଥିଲେ
କୁନାକୁ ଆମର ରୁଚେ ନାହିଁ ଜମା
ମାଆ ଯେତେ ବୁଝାଇଲେ ।
ଜେଜେ ମାଆ ଆସି କହିଲେ କୁନାକୁ
ଅମଙ୍ଗ ହୁଅନା ଧନ
କେତେ ଉପକାରୀ ଭଜା କଦଳୀ ଟି
ଶୁଣ ଦେଇ ଟିକେ ମନ ।
କ୍ୟାଲ୍‌ସିୟମ ପୋଟାସିୟମ୍ ରହିଛି
ରହିଅଛି ଫାଇବର
ଅଳପ ବହୁତେ ଭିଟାମିନ୍ ଅଛି
ରହିଅଛି ଶ୍ଵେତ ସାର ।
ଶରୀରର ହାଡ଼ କରିଥାଏ ଦୃଢ଼
ପ୍ରତିରକ୍ଷା ଶକ୍ତି ବଢ଼େ
ମଧୁମେହ ପାଇଁ ଅତି ଉପକାରୀ
ହଜମ ଶକ୍ତିଟି ବଢ଼େ ।
ଅନ୍ତନଳୀ ସଫା କରିଦେଇ ଥାଏ
ଝରଇ ପାଚନ ରସ
ଭଜା କଦଳୀର କେତେ ଗୁଣ ଅଛି
ରୋଗ ହୁଏ କେତେ ନାଶ ।
ଡାଲମା,ସନ୍ତୋଳା, ଭଜା ତରକାରି
କରଇ କିଏ ଚଟଣି
କଞ୍ଚା କଦଳୀର ଉପକାର କଥା
ପାରିଲୁତ ଏବେ ଜାଣି ।
ବୁଝିଗଲା କୁନା କଲା ନାହିଁ ମନା
ଖାଇଲା ମନ ଖୁସିରେ
ଜେଜେ ମାଆ କଥା ସାଙ୍ଗ ସାଥୀ ମେଳେ
ନିତି କହେ ହରଷରେ ।


ବସୋଇ,ପରଜଙ୍ଗ, ଢେଙ୍କାନାଳ
ମୋ.ନଂ-୯୭୭୬୪୫୪ ୮୦୦

ଲେଖା ସମ୍ପର୍କୀୟ ମତାମତ

Gopal Mishra

21-10-2024 / 19:15:22

Very good writing about Banana.Thank you Jitu Babu go ahead. God bless you

Chaitanya Pradhan

01-10-2024 / 13:42:47

Very nice

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion