ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶରତ ଆସିଛି ବାରତା ନେଇ

ଲେଖା : ଡ. ସନାତନ ପଣ୍ଡା

ଶରତ ଆସିଛି ବାରତା ନେଇ
ଆସିବେ ମରତକୁ ମା` ଓହ୍ଲେଇ
ହସୁଛି ସାଗୁଆ କ୍ଷେତ
ଗାଏ ଚାଷୀଭାଇ ଗୀତ
ମାଳତୀ ଗଙ୍ଗଶିଉଳି
ସୁରଭି ଶୋଭା ଚକିତ
କାଶତଣ୍ଡୀ ଫୁଲ ହସେ ମୁଣ୍ଡ ହଲେଇ ||

ଦେବୀ ଆଗମନ ଜାଣି
ସଜ ହେଲାଣି ଧରଣୀ
ଝଲମଲ କରେ ମେଢ଼
ବାଜୁଛି ବାଜା ରୋଷଣୀ
ମହିଷା ମର୍ଦ୍ଦିନୀ ମା`
ଆଦିଶକ୍ତି ଯୋଗମାୟା
ହରିବେ ଧରାରୁ ଦୁଃଖ
ଭକତେ କରି ସୁଦୟା
ଜୟ ମା` ଜୟ ମା` ଜୟ ମା` ଜୟ ମା`
ବିଜେ ହୋଇବେ ବିଜୟା ପାର୍ବଣ ନେଇ ...
ଶରତ ଆସିଛି ବାରତା ନେଇ ....||

ସବୁରି ଘରେ ଗହଳ
ବନ୍ଧୁ ପରିଜନ ମେଳ
ମାଆଙ୍କ ଆଶିଷ ବଳେ
ଭୁଲନ୍ତି ଦୁଃଖ ଜଂଜାଳ
ଗାଆଁରୁ ସହର ଯାଏ
ଘରେ ଘରେ ସାଜସଜା
ପିଠା ମିଠା ଖିରିପୁରି
ଆହାକି ପାର୍ବଣ ମଜା
ଦରଶନେ ଦଶଭୂଜା ଶକ୍ତି ମିଳଇ
ଶରତ ଆସିଛି ବାରତା ନେଇ ....||
ଜୟ ମା` ଜୟ ମା` ଜୟ ମା` ଜୟ ମା`…..



ଫୋନ-9437114952

ଲେଖା ସମ୍ପର୍କୀୟ ମତାମତ

କୁଞ୍ଜବିହାରୀ ସାହୁ

05-10-2024 / 07:46:41

ଏହା ଏକ ଗୀତିକବିତା, ଭଲ ଲାଗିଲା ।

Sudhanshu Sekhar Patra

03-10-2024 / 10:56:11

Pilanka pain atyanta upadeya... uttam prayash

Dr Anusmita Swain

03-10-2024 / 10:43:17

Excellent composition. Simplicity reflects in each and every line which will touch the hearts of small children. Regards

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion