ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶରତ ଆସେ

ଲେଖା : ଶକୁନ୍ତଳା ମିଶ୍ର

ବରଷା ଶେଷେ ରୁତୁ ଶରତ ଆସେ
ବଉଦ ଫାଂକେ ନୀଳ ଆକାଶ ଦିଶେ ।
ଫୁଟଇ କାଶତଣ୍ଡି ଫୁଟେ ସେଫାଳି
ଗୋଳିଆ ନଈ ପାଣି ଦିଶଇ ନେଳି ।
ଶୁଖିଲା ବାଟ ଘାଟ ସଫା ସୁତର
କଅଁଳ ଘାସ ପରେ ଝରେ କାକର ।
ଆସଇ ଦଶହରା ଦେବୀ ଯାତରା
ଗହଳ ସାହି ଘର ଆନନ୍ଦେ ଭରା ।
ଜଗତ ତାରଣୀ ମାଆ ପାପ ନାଶିନୀ
ଆସିବେ ଧରା ଧାମେ ସିଂହ ବାହିନୀ ।
ଶରତ ଆଗମନ ଜାଣିଲା କଇଁ
ନିର୍ମଳ ଚାନ୍ଦ ଦେଖି ଫୁଟି ହସଇ ।
ପୂଜିବା ଭକ୍ତିଭରେ ଆନନ୍ଦେ ମିଶି ।
ନବ ବସନ ପିନ୍ଧି ସଭିଏଁ ଖୁସୀ ।
ମାଆ କରନ୍ତି ପିଠା କେତେ ପ୍ରକାରେ
ବନ୍ଧୁ ବାନ୍ଧବ ଦିଆ ନିଆ ବି ଚଳେ ।
ବରଷକରେ ଥରେ ଏଇ ଶରତେ
ଆସଇ ପୂଜା ମନ ଆନନ୍ଦେ ମାତେ ।


ଲେଖା ସମ୍ପର୍କୀୟ ମତାମତ

Kishori Mohan Kar

20-11-2024 / 21:43:07

ବହୁତ ସୁନ୍ଦର , ମନଲାଖି । ନମସ୍କାର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion